ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ବଲିଉଡ୍‌ ତାରକା ଗୋବିନ୍ଦା

1 min read

ପୁରୀ: ଶ୍ରୀକ୍ଷେତ୍ରରେ ବଲିଉଡ୍‌ ସୁପରଷ୍ଟାର ଗୋବିନ୍ଦା । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କଲେ ବଲିଉଡ ଫିଲ୍ମ ସୁପରଷ୍ଟାର ଗୋବିନ୍ଦା ଓ ତାଙ୍କ ଧର୍ମ ପତ୍ନୀ । ସେ ପୁରୀରେ ପହଞ୍ଚିଥିବାରୁ ନିଜକୁ ଅତ୍ୟନ୍ତ ଭାଗ୍ୟବାନ ମନେ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ କରି ସେ ସୌଭାଗ୍ୟ ଲାଭ କରିଥିବା କହିଛନ୍ତି । ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ସୁସଜ୍ଜିତ ଐତିହ୍ୟ କରିଡର ଭିତରେ ଫୋଟୋ ଉଠାଇଥିଲେ ଗୋବିନ୍ଦା । କୌଳିକ ପଣ୍ଡା ଭବାନୀ ଶଙ୍କର ମହାପାତ୍ର ତାଙ୍କୁ ସ୍ୱାଗତ କରିବା ସହ ପୂଜାର୍ଚ୍ଚନା କରାଇଥିଲେ । ଏହି ଅବସରରେ ଜଗନ୍ନାଥଙ୍କ ଖଣ୍ଡୁଆପାଟ ଗୋବିନ୍ଦାଙ୍କୁ ପ୍ରଦାନ କରାଯାଇଥିଲା ।

ଅନ୍ୟପଟେ ଓଲିଉଡ୍‌ ସୁପରଷ୍ଟାର ଯୋଡ଼ି ସବ୍ୟସାଚୀ ଓ ଅର୍ଚ୍ଚିତା ଗୋବିନ୍ଦାଙ୍କୁ ଭେଟିଛନ୍ତି । ଗୋବିନ୍ଦା ସବ୍ୟର୍ଚ୍ଚିତାଙ୍କୁ ବିବାହର ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ସବ୍ୟସାଚୀ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି ।  ସବ୍ୟସାଚୀ ଲେଖିଛନ୍ତି ଯେ ଗୋବିନ୍ଦା ସବୁବେଳେ ତାଙ୍କର ଗୁରୁ ହିଁ ରହିବେ । ତାଙ୍କର କମେଡି ଟାଇମିଂ ସବୁଠୁ ବେଷ୍ଟ । ସେ ସତରେ ହିରୋ ନମ୍ବର ଓ୍ୱାନ୍‌ ।

ସବ୍ୟସାଚୀ ସେୟାର କରିଥିବା ଫଟୋ ଗୁଡ଼ିକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡ଼ୁଛି ଯେ, ସେମାନଙ୍କ ସାକ୍ଷାତକାର କେତେ ମଜାଦାର ହୋଇଥିବ । ଆଉ ଗୋବିନ୍ଦା ଏମିତି କିଛି କହିଛନ୍ତି ଯାହାଦ୍ୱାରା ଉଭୟ ନବଦମ୍ପତି ସବ୍ୟର୍ଚ୍ଚିତା ନିଜ ହସକୁ ରୋକିପାରି ନାହାନ୍ତି ।

Leave a Reply