ମୁଁ କିଛି ଶୁଣି ପାରୁନାହିଁ, ଅଳକା ୟାଗନିକଙ୍କୁ ବିରଳ କର୍ଣ୍ଣ ରୋଗ

ବଲିଉଡର ଲୋକପ୍ରିୟ ଗାୟିକା ଅଲକା ୟାଗ୍ନିକ ବିରଳ ନ୍ୟୁରୋ ଡିସଅର୍ଡର ରୋଗରେ ପୀଡିତ  । ସୋସିଆଲ ମିଡିଆରେ ଏନେଇ ସେୟାର କରିବା ପରେ ଚିନ୍ତିତ ହୋଇପଡିଛନ୍ତି ଫ୍ୟାନ୍ସ  । ଦିନେ ବିମାନ ଯାତ୍ରା କରି ଆସିବା ପରେ ତାଙ୍କୁ ଏଭଳି ସମସ୍ୟା ଅନୁଭବ ହୋଇଥିଲା  । ସେ କିଛି ଶୁଣି ପାରୁନଥିବା ଅନୁଭବ କରିଥିଲେ  । ନିଜ ସୋସିଆଲ ସାଇଟ୍‌ରେ ସେୟାର କରିବା ପରେ ତାଙ୍କ ପ୍ରଶଂସକ ମାନେ ଅଲକାଙ୍କ ସୁସ୍ଥତା କାମନା କରିଛନ୍ତି  । ଲାଉଡ୍‌ ମ୍ୟୁଜିକ ଠୁ ଦୂରେଇ ରହିବା ପାଇଁ ଫ୍ୟାନ୍ସ ମାନେ ତାଙ୍କୁ ନିବେଦନ କରିଛନ୍ତି  ।

ସେ ଇନଷ୍ଟାରେ ଏକ ଫଟୋରେ ସେୟାର କରି ଲେଖିଛନ୍ତି ମୋର ବନ୍ଧୁ, ପ୍ରଶଂସକ ଓ ଶୁଭଚିନ୍ତକଙ୍କୁ କହିବାକୁ ଚାହୁଁଛି କିଛି ଦିନ ପୂର୍ବରୁ ଯେତେବେଳେ ମୁଁ ବିମାନରେ ଯାତ୍ରା କରି ବାହାରିଲି ମୋତେ ଅଚାକ କିଛି ଶୁଣା ଯାଇନଥିଲା  । ବହୁତ ଧୈର୍ଯ୍ୟ ଧରି ମୁଁ ଏବେ ପ୍ରଶ୍ଂସକଙ୍କ ସହ ଏକଥା ସେୟାର କରୁଛି  । ଡାକ୍ତରଙ୍କ ସହ ପରାମର୍ଶ କରିବା ପରେ ଜଣାପଡିଲା ଯେ ବିରଳ ନ୍ୟୁରୋ ନର୍ଭ ହିଅରିଂ ଲସ୍‌ ହୋଇଛି  । ଭାଇରାଲ କାରଣରୁ ଏଭଳି ହୋଇଥିବା ଡାକ୍ତର କହିଛନ୍ତି  ।

ଅଚାନକ ଏଭଳି ଘଟଣା ପାଇଁ ମୁଁ ସ୍ତବ୍ଧ  । ମୁଁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ମୋ ପାଇଁ ପ୍ରାର୍ଥନା କରନ୍ତୁ  । ମୋ ପ୍ରଶ୍ଂସକ ମାନଙ୍କୁ ନିବେଦନ କରିବି ଦୟାକରି ବହୁ ଜୋର ଶବ୍ଦ ହେଉଥିବା ମ୍ୟୁଜିକରୁ ଦୂରେଇ ରୁହନ୍ତୁ  ।  ଏହା ସହ ଅତ୍ୟଧିକ ହେଡ୍‌ ଫୋନ ବ୍ୟବହାରରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ଅଲକା  । ଗୋଟିଏ ଦିନରେ ଆପଣ ମାନଙ୍କ ସହ ଏତେ ବଡ କଥା ସେୟାର କରି ମନ ହାଲୁକା ଲାଗୁଛି  । ଏଭଳି କଠିନ ସମୟରେ ଆପଣଙ୍କ ସହଯୋଗ ମୋ ପାଇଁ ସବୁକିଛି ବୋଲି କହିଛନ୍ତି ଅଲକା  ।