କ୍ରାଇମ୍ ଓ୍ବେବ୍ ସିରିଜ ଦେଖି ଯୋଜନା କରିଥିଲା ଦୁର୍ବୃତ୍ତ ! ପୋଲିସକୁ ଚକମା ଦେବା ପାଇଁ ବଦଳାଇଥିଲା ପୋଷାକ

ମୁମ୍ବାଇ : ସୈଫ ଅଲ୍ଲି ଖାନଙ୍କୁ ଆକ୍ରମଣ ହେବାର ୪୮ ଘଣ୍ଟା ବିତିଯାଇଛି । ମୁମ୍ବାଇ ପୋଲିସ ୨୮ ଜଣିଆ ଟିମ୍ ଏହି ଘଟଣାର ତଦନ୍ତ ପାଇଁ ନିୟୋଜିତ ଅଛନ୍ତି । ତଥାପି ଆକ୍ରମଣକାରୀର ପତ୍ତା ମିଳିନି ।  ମୁମ୍ବାଇ ପୋଲିସ ଆକ୍ରମଣକାରୀ ପାଖରେ ପହଞ୍ଚି ପାରିନି ? ଏପର୍ଯ୍ୟନ୍ତ ୪୦ରୁ ୫୦ ଲୋକଙ୍କୁ ପଚରାଉଚରା କରାଯାଇଥିଲେ ମଧ୍ୟ କୌଣସି ସୂଚନା ମିଳିପାରିନି ।

ସୈଫ ଅଲ୍ଲି ଖାନଙ୍କୁ ଆକ୍ରମଣ ହେବାର କିଛି ସମୟ ପରେ ପୋଲିସ ବିଲ୍ଡିଂର ସିସିଟିଭି ଫେଟେଜ୍ ଜାରି କରିଥିଲା । ଯେଉଁଥିଲେ ଅଭିଯୁକ୍ତ ସିଢିରେ ତଳକୁ ଖସୁଥିବାର ନଜର ଆସିଥିଲା । ଫୁଟେଜ ଆଧାରରେ ପୋଲିସ ଜଣଙ୍କୁ ଅଟକ ରଖିଥିଲା । କିନ୍ତୁ ପୋଲିସର କହିବାନୁଯାୟୀ ସେହି ଲୋକ ଆକ୍ରମଣକରୀ ନୁହେଁ । ପୋଲିସ ସନ୍ଦେହ କରୁଛି କି, ଅଭିଯୁକ୍ତ ଜଣଙ୍କ ବାନ୍ଦ୍ରା ରେଳ ଷ୍ଟେସନରୁ ଟ୍ରେନ୍ ମାଧ୍ୟମରେ ମୁମ୍ବାଇ ଆଖପାଖ ଅଞ୍ଚଳ କିମ୍ବା ବାହାରକୁ ଚାଲିଯାଇଛି ।  ସେହି ଅଞ୍ଚଳରେ କୌଶସି ନୂଆ ମୋବାଇଲ ନମ୍ବର ସକ୍ରିୟ ଥିଲା କି ନାହିଁ ତାହା ଜାଣିବା ପାଇଁ ମଧ୍ୟ ପୋଲିସ ତଦନ୍ତ କରୁଛି । ମୁମ୍ବାଇ ପୋଲିସ ମଧ୍ୟ ମୋବାଇଲ୍ ଡାଟା ଟ୍ରାକିଂ କରୁଛି ।

ପୋଲିସର କହିବାନୁଯାୟୀ, ଚୋର କୌଣସି ଆଡୁ ପ୍ରଫେସନାଲ ଜଣାପଡୁନାହିଁ । ସେ ବାନ୍ଦ୍ରା ଷ୍ଟେସନରୁ  ଟ୍ରେନ ଯୋଗେ ଅନ୍ୟ କେଉଁ ଆଡକୁ ଚାଲିଯାଇଛି । ପୋଲିସ ଆଖପାଖ ଅଞ୍ଚଳରେ ସିସିଟିଭି ଯାଞ୍ଚ କରୁଛି । ଯାହା ଫଳରେ କୌଣସି ସୂଚନା ମିଳିପାରିବ ।  ସୂଚନା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ସେହି ଚୋରର କୌଣସି ଅପରାଧିକ ରେକର୍ଡ ପାଇନି । ତାର ପରିବାର କିମ୍ବା ସମ୍ପର୍କୀୟଙ୍କ ବିଷୟରେ କୌଣସି ସୂଚନା ମଧ୍ୟ ମିଳିନି । ଏହି ଘଟଣାକୁ ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି ରହିଛି ।

ପୋଲିସକୁ ଚକମା ଦେବା ପାଇଁ ଅଭିଯୁକ୍ତ ଯେଉଁଭଳି ପୋଷାକ ବଦଳାଇଛି । ଏଥିରୁ ଜଣାପଡୁଛି ସେ କୌଣସି କ୍ରାଇମ୍ ଓ୍ବେବ ସିରିଜ କିମ୍ବା ଫିଲ୍ମ ଦେଖି ସେ ପ୍ରଭାବିତ ହୋଇଛି । ମୁମ୍ବାଇ ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଆକ୍ରମଣ କରିଥିବା ଯୁବକ ବାନ୍ଦ୍ରା ପୋଲିସ ଷ୍ଟେସନ ଏବଂ ରେଳ ଷ୍ଟେସନରେ ନଜର ଆସିଥିଲା । ଏପର୍ଯ୍ୟନ୍ତ ୩ଟି ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି , ଯେଉଁଥିରେ ଅଭିଯୁକ୍ତକୁ ଦେଖିବାକୁ ମିଳିଛି । ପ୍ରଥମ ଫୁଟେଜରେ ସେ ସୈଫଙ୍କ ଘରେ ଖାଲି ପାଦରେ ପ୍ରବେଶ କରୁଥିବା ନଜର ଆସିଛି। ଦ୍ୱିତୀୟ ଫୁଟେଜରେ ସେ ଘରୁ ବାହାରକୁ ଯାଉଥିବା ଏବଂ ତୃତୀୟ ଫୁଟେଜରେ ତାକୁ ଏକ ନୂଆ ଲୁକରେ ଦେଖିବାକୁ ମିଳିଛି ।