ଏଯାବତ ୧୦୦ ଲିଟର ବ୍ରେଷ୍ଟ ମିଲ୍କ ଦାନ କରିସାରିଛନ୍ତି ପ୍ରଡ୍ୟୁସର ନିଧି ପରମାର ହିରାନନ୍ଦାନୀ

ନୂଆଦିଲ୍ଲୀ: ଫିଲ୍ମ ନିର୍ମାତାଏବଂ ପ୍ରଯୋଜକ ନିଧି ପରମାର ହିରାନନ୍ଦାନୀ ଫିଲ୍ମ ‘ସାଣ୍ଡ କି ଆଙ୍ଖ’ ଅପେକ୍ଷା ତାଙ୍କ ଭଲ କାମକୁ ନେଇ ଚର୍ଚ୍ଚାରେ । ସେ ଚର୍ଚ୍ଚାରେ ଏଥିପାଇଁ ଯେ ନିଜ ପୁଅ ସମେତ ସେ ଏନେକ ଶିଶୁଙ୍କୁ ମଧ୍ୟ ନୂତନ ଜୀବନ ଦେଇଛନ୍ତି। ନିଧି ନବଜାତ ଶିଶୁମାନଙ୍କୁ ବଞ୍ଚାଇବା ପାଇଁ ନିଜର ବ୍ରେଷ୍ଟ ମିଲ୍କ ଦାନ କରିଛନ୍ତି । ଏକ ସାକ୍ଷାତକାରରେ ନିଧି ନିଜେ ଏହି ସୂଚନା ଦେଇଛନ୍ତି ।

ତାପସୀ ପନ୍ନୁ ଏବଂ ଭୁମି ପେଡନେକର ଅଭିନୀତ ଫିଲ୍ମ ‘ସାଣ୍ଡ କି ଆଙ୍ଖ’ର ନିର୍ମାତା ନିଧି ପରମାରଙ୍କ କାହାଣୀ ଏକ ଇନଷ୍ଟାଗ୍ରାମ ପେଜ୍‌ରେ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟରେ ସେ କହିଛନ୍ତି ଯେ ୩୭ ବର୍ଷ ବୟସରେ ସେ କିପରି ଏଗ୍ ଫ୍ରିଜ୍ କରାଇଥିଲେ। ସେ କହିଛନ୍ତି, ଜଣେ ମା ହେବା ସହିତ ସେ ନିଜ କ୍ୟାରିୟର ମଧ୍ୟ ଗଢିବାକୁ ଚାହୁଁଥିଲେ । ସେ ଏବଂ ତାଙ୍କ ସ୍ୱାମୀ ଏଗ୍ ଫ୍ରିଜ୍ କରିବାକୁ ନିଷ୍ପତ୍ତି ନେଇଥିଲେ। ସାଣ୍ଡ କି ଆଙ୍ଖ ଫିଲ୍ମ ପରେ ସେ ଅନୁଭବ କରିଥିଲେ ଯେ ସେ ଜଣେ ମା ହେବାକୁ ପ୍ରସ୍ତୁତ ଅଛନ୍ତି। ଗତ ବର୍ଷ ନିଧି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଏହି ସମୟରେ ସେ ଅନୁଭବ କରିଥିଲେ ଯେ ତାଙ୍କର ଅନେକ ସ୍ତନ୍ୟପାନ ନଷ୍ଟ ହେଉଛି। କାରଣ ପୁଅ ପୁରା କ୍ଷୀର ପିଉ ନଥିଲା। ସେ ବହୁତ କ୍ଷୀର ଷ୍ଟୋର ରଖିଥିଲେ ଯାହାକି ବେକାର ଥିଲା।

ଇଣ୍ଟରନେଟରେ ସର୍ଚ୍ଚ କରିବା ସମୟରେ ନିଧି ଆମେରିକାରେ ବ୍ରେଷ୍ଟ ମିଲ୍କ ଡୋନେଟ ବିଷୟରେ ଜାଣିବାକୁ ପାଇଥିଲେ। ସେ ଡାକ୍ତରଖାନା ଯାଇ ଦେଖିଲେ ଯେ ୬୦ ପିଲାଙ୍କୁ କ୍ଷୀରର ଆବଶ୍ୟକତା ରହିଛି। ଏହା ପରେ ନିଧି ବ୍ରେଷ୍ଟ ମିଲ୍କ ଡୋନେଟ୍ କରିବାକୁ ନିଷ୍ପତ୍ତି ନେଇଥିଲେ, ସେବେଠାରୁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦ ଲିଟର କ୍ଷୀର ଦାନ କରିଛନ୍ତି।

Leave a Reply