ସୋସିଆଲ ମିଡିଆରେ ଭାଇରାଲ ହେଉଛି ସୁଶାନ୍ତଙ୍କ ଭିଡିଓ, ଦେଖିଲେ ଆଖିରୁ ଲୁହ ଆସିବ…

1 min read
Bollywood News, Sushant singh rajput served food to indian soldier video viral on social media

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସାରା ବଲିଉଡ୍‌ ଏବେ ଉଠୁଛି ପଡ଼ୁଛି । ୧୪ ଜୁନ୍ ୨୦୨୦ରେ ସୁଶାନ୍ତ ବାନ୍ଦ୍ରାସ୍ଥିତ ନିଜ ଫ୍ଲାଟ୍‌ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଏହାପରେ ତାଙ୍କ ମୃତ୍ୟୁକୁ ନେଇ ଫ୍ୟାନ୍ସ‌ମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଛି । ସୁଶାନ୍ତଙ୍କ ଫ୍ୟାନ୍‌ମାନେ ତାଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ପୋଷ୍ଟ କରୁଛନ୍ତି । ସୁଶାନ୍ତଙ୍କ ବିଭିନ୍ନ ଭିଡିଓ ଏବେ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେଉଛି ।

Sushant Singh

ଏହି ସମୟରେ ସୁଶାନ୍ତ ସିଂ ରାଜପୁତଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସୁଶାନ୍ତ ଭାରତୀୟ ସୈନିକମାନଙ୍କୁ ଖାଦ୍ୟ ପରଷୁଛନ୍ତି । ଏହି ଭିଡିଓଟି ସୁଶାନ୍ତ ସିଂ ରାଜପୁତଙ୍କ ଇନଷ୍ଟାଗ୍ରାମ ଫ୍ୟାନ୍ ପେଜ୍ ସେୟାର କରାଯାଇଛି ।

ଭିଡିଓରେ ସୁଶାନ୍ତ ଭାରତୀୟ ସୈନିକମାନଙ୍କୁ ଖାଦ୍ୟ ପରିବେଷଣ କରୁଥିବାବେଳେ ବହୁତ ଖୁସି ଥିବା ଦେଖାଯାଇଛି । ଏହି ଭିଡିଓ ଏବେ ସୁଦ୍ଧା ହଜାର ହଜାର ସେୟାର ହୋଇସାରିଥିବା ବେଳେ ଲକ୍ଷ ଲକ୍ଷ ସୋସିଆଲ ମିଡିଆ ୟୁଜର୍ସ ଏହାକୁ ଦେଖିସାରିଛନ୍ତି । ସୁଶାନ୍ତଙ୍କ ଫ୍ୟାନ୍‌ମାନେ ଭିଡିଓରେ ବିଭିନ୍ନ ପ୍ରକାର କମେଣ୍ଟ ଦେଇ ସୁଶାନ୍ତଙ୍କୁ ମନେ ପକାଉଛନ୍ତି । ଆଉ ଏହି ଭିଡିଓ ଦେଖିଲେ ଏବେ ଫ୍ୟାନ୍‌ମାନଙ୍କ ଆଖିରୁ ଲୁହ ଆସିଯାଉଛି ।‌

https://www.instagram.com/p/CBtFrBDBXmM/?utm_source=ig_embed

ସୁଶାନ୍ତ ନିଜ କ୍ୟାରିୟର ଟିଭି ସିରିଏଲ୍‌ରୁ ଆରମ୍ଭ କରିଥିଲେ । ପ୍ରଥମେ ‘କିସ୍ ଦେଶ ମେନ୍ ହେ ମେରା ଦିଲ୍’ ସିରିଏଲରେ ସେ ଅଭିନୟ କରିଥିଲେ କିନ୍ତୁ ମେଗା ସିରିଏଲ ପବିତ୍ର ରିସ୍ତାରେ ତାଙ୍କୁ ଲୋକପ୍ରିୟତା ମିଳିଥିଲା । ଏଥିରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା । ସେ ଏହି ସିରିଏଲ୍‌ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ । ଏହା ପରେ ସୁଶାନ୍ତ ୨୦୧୩ ବଲିଉଡ ଫିଲ୍ମ ‘କାଇ ପୋ ଚେ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ସୁଶାନ୍ତ ‘ସୁଦ୍ଧ ଦେଶୀ ରୋମାନ୍ସ’, ‘କେଦାରନାଥ’, ‘ପି.କେ’, ‘ଏମଏସ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ’ ଭଳି ବଡ଼ ଚଳଚ୍ଚିତ୍ରରେ କାମ କରିଛନ୍ତି । ତାଙ୍କ ଅଭିନୟ ଆଧାରରେ ସୁଶାନ୍ତ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ ।

Leave a Reply