ନେହାଙ୍କ ପ୍ରେଗ୍ନେନ୍ସୀ ଡ୍ରାମା; ଗୀତ ପାଇଁ ଫଟୋରେ ଗର୍ଭବତୀ

1 min read

ନୂଆଦିଲ୍ଲୀ: ଆଜି ଦିନରେ ଖୁବ ରୋଚକ ପାଲଟିଥିଲା ସଙ୍ଗୀତ ଦୁନିଆର ଦାମୀ ସିଙ୍ଗର ନେହା କକ୍କରଙ୍କ ପ୍ରେଗ୍ନେନ୍ସୀ ଖବର । ଅକ୍ଟୋବରରେ ବିବାହ ହୋଇଥିବା ନେହା ଡିସେମ୍ବରରେ ମାଆ ହେବାର ଫଟୋ ସେୟାର କରିବା ପରେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ସାଉଁଟିଥିଲା ଏହି ଫଟୋ । ଏଭଳି ଖବର ମିଳିବା ପରେ ନେହାଙ୍କ ପ୍ରଶଂସକ ସମୟକୁ ଆଦୌ ଅପେକ୍ଷା କରିନଥିଲେ । ହଠାତ ଆରମ୍ଭ କରିଦେଇଥିଲେ ଶୁଭେଛା ବାର୍ତ୍ତାର ସୁଅ ।

ସେନସେସନ ପାଲଟିଥିବା ଫଟୋରେ ନେହା ଓ ତାଙ୍କ ସ୍ୱାମୀ ରୋହନପ୍ରୀତ ନିଜ ବେବିକୁ ନେଇ ଖୁସି ରହିଥିବା ପୋଜରେ ଦେଖିବାକୁ ମିଳିଥିଲା । ଭାଇରାଲ ଫଟୋରେ ନବ ଦମ୍ପତିଙ୍କ ନୂଆ ପୋଜ କିଛି ସମୟ ପାଇଁ ପ୍ରଶଂସକଙ୍କୁ ତାଜୁବ ବି କରିଦେଇଥିଲା । କିନ୍ତୁ ଖବରର ସତ୍ୟତା ହେଉଛି ନେହା ଏକ ଗୀତର ପ୍ରମୋସନ ପାଇଁ ରଚିଥିଲେ ଏଭଳି ପ୍ରେଗ୍ନେନ୍ସୀ ଡ୍ରାମା । ପୁଣି ଏହି ନୂଆ ଗୀତ ଡିସେମ୍ବର ୨୨ ତାରିଖରେ ରିଲିଜ ହେବା ନେଇ ମଧ୍ୟ ଫୋଷ୍ଟରରେ ପ୍ରକାଶ ପାଇଛି ।

ନେହାଙ୍କ ଏହି ଖବର କିଛି ନୂଆ ନୁହେଁ । ଏହା ପୂର୍ବରୁ ମଧ୍ୟ ପ୍ରଶଂସକଙ୍କୁ ବୋକା ବନାଇଛନ୍ତି କଣ୍ଠଶିଳ୍ପୀ ନେହା କକ୍କର । ଏକ ଲୋକପ୍ରିୟ କାର୍ଯ୍ୟକ୍ରମରେ ହୋଷ୍ଟ ଥିବା ଆଦିତ୍ୟ ନାରାୟଣଙ୍କ ସହ ନେହା ବିବାହ କରୁଥିବା ଖବର ମଧ୍ୟ ବେଶ ଭାଇରାଲ ହୋଇଥିଲା । କାର୍ଯ୍ୟକ୍ରମକୁ ଉଭୟଙ୍କ ପିତା-ମାତା ଆସିବା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଥିଲା । କିନ୍ତୁ ନେହା କକ୍କର ରୋହନପ୍ରିତ ସିଂହକୁ ବିବାହ କରିବା ପରେ ସବୁ ସସ୍ପେନ୍ସରେ ପଡିଥିଲା ପୂର୍ଣ୍ଣଛେଦ ।

Leave a Reply