କାଲାପାନୀ- ଲିପୁଲେଖ ପ୍ରସଙ୍ଗ: ନେପାଳକୁ ସମର୍ଥନ କଲେ ଅଭିନେତ୍ରୀ ମନିଷା କୋଇରାଲା

1 min read

ମୁମ୍ବାଇ: ଭାରତ ଏବଂ ନେପାଳ ମଧ୍ୟରେ ଲିପୁଲେଖ ଏବଂ କାଲାପାନୀକୁ ନେଇ ବିବାଦ କମ୍ ହେବାର ନାଁ ଧରୁନି । ନେପାଳ ନିକଟରେ ଏକ ନୂତନ ମାନଚିତ୍ର ପ୍ରକାଶ କରିଛି ଯାହା ଉଭୟ କାଲାପାନି- ଲିପୁଲେଖକୁ ନିଜର ବୋଲି ବର୍ଣ୍ଣନା କରିଛି । ନଭେମ୍ବର ୨୦୧୯ରେ ଏହି ବିବାଦ ଆହୁରି ଜଟିଳ ହୋଇଥିଲା ଯେତେବେଳେ କାଲାପାନୀ ଅଞ୍ଚଳ ଭାରତ ଗୃହ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଏକ ନୂତନ ମାନଚିତ୍ରରେ ଅନ୍ତର୍ଭୁକ୍ତ ହୋଇଥିଲା, ଯାହା ଉପରେ ନେପାଳ ନିଜର ଦାବି ଜାହିର କରି ଆସୁଥିଲା । ନେପାଳର ବାସିନ୍ଦା ବଲିଉଡ ଅଭିନେତ୍ରୀ ମନୀଷା କୋଇରାଲା ଏହି ପ୍ରସଙ୍ଗରେ ନିକଟରେ ନିଜର ମତ ରଖିଛନ୍ତି।

ନେପାଳର ମୂଳ ବାସିନ୍ଦା ବଲିଉଡ ଅଭିନେତ୍ରୀ ମନୀଷା କୋଇରାଲା ନେପାଳ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରି ଟ୍ୱିଟ କରିଛନ୍ତି । ନେପାଳର ବୈଦେଶିକ ମନ୍ତ୍ରୀଙ୍କ ଟୁଇଟ୍ ଜରିଆରେ ମନୀଷା ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି, ଯେଉଁଥିରେ ନେପାଳର ସରକାରୀ ମାନଚିତ୍ରରେ କାଲାପାନୀ ଏବଂ ଲିପୁଲେଖ ଭଳି ଦୁଇଟି ବିବାଦୀୟ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରାଯାଇଥିଲା । ସେ ଟ୍ୱିଟ୍ କରି କହିଛନ୍ତି ଯେ, ଆମର ଛୋଟ ଦେଶର ଗର୍ବ ବଜାୟ ରଖିଥିବାରୁ ଧନ୍ୟବାଦ। ମୁଁ ତିନୋଟି ମହାନ ଦେଶ ମଧ୍ୟରେ ଏକ ଶାନ୍ତିପୂର୍ଣ୍ଣ ଏବଂ ସମ୍ମାନଜନକ ସଂଳାପକୁ ଅପେକ୍ଷା କରିଛି ।

ଏହାପୂର୍ବରୁ ନେପାଳର ବୈଦେଶିକ ମନ୍ତ୍ରୀ ପ୍ରଦୀପ ଗୱାଲୀ ଟ୍ୱିଟ କରିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ, ମନ୍ତ୍ରୀ ପରିଷଦ ଏହାର ୭ଟି ପ୍ରଦେଶ, ୭୭ ଟି ଜିଲ୍ଲା ଏବଂ ୭୫୩ ଟି ସ୍ଥାନୀୟ ପ୍ରଶାସନିକ ବିଭାଗ ଦର୍ଶାଇ ଦେଶର ଏକ ନୂତନ ମାନଚିତ୍ର ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଛି । ଏଥିରେ ‘ଲିମ୍ପିୟାଧୁରା, ଲିପୁଲେଖ ଏବଂ କାଲାପାନୀ’ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଦେଶର ଭୂମି ପରିଚାଳନାର ସରକାରୀ ମାନଚିତ୍ର ଖୁବ ଶୀଘ୍ର ପ୍ରକାଶ ପାଇବ ବୋଲି ପ୍ରଦୀପ କହିଛନ୍ତି।

 

ଆପମଙ୍କୁ ଜଣାଇ ରଖୁଛୁ ଯେ, କାଲାପାନୀ ଏବଂ ଲିପୁଲେଖ ଉପରେ ନେପାଳ ଏହାର ଦାବି ଜାହିର କରି ଆସୁଛି । ମେ’ ୧ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କୌଲାଶ ମାନସରୋୱର ଯିବା ପାଇଁ ୮୦ କିଲୋମିଟର ଦୀର୍ଘ ଏକ ରାସ୍ତା ଉଦଘାଟନ କରିଥିଲେ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ପିଥୌରାଗଡ- ଧରଚୁଲାରୁ ଲିପୁଲେଖକୁ ସଂଯୋଗ କରୁଥିବା ରାସ୍ତାକୁ ଉଦଘାଟନ କରାଯାଇଥିଲା। ନେପାଳ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲା । ଭାରତରୁ କୌଲାଶ ମାନସରୋୱର ଯାତ୍ରା ପାଇଁ ଲିଙ୍କ୍ ରୋଡର ଉଦଘାଟନକୁ ନେପାଳ ବିରୋଧ କରି କହିଛି ଯେ, ଏହି ପଦକ୍ଷେପ ଦୁଇ ଦେଶ ମଧ୍ୟରେ ବୁଝାମଣା ପାଇଁ ଠିକ୍ ନୁହେଁ ।

Leave a Reply