ବଲିଉଡ୍ ପାଇଁ ଖରାପ ବର୍ଷ,ଦୃଶ୍ୟମ ନିର୍ଦ୍ଦେଶକ ନିଶିକାନ୍ତଙ୍କ ପରଲୋକ

1 min read

ମୁମ୍ବାାଇ: ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ନିଶାକାନ୍ତ କାମାତଙ୍କର ସୋମବାର ଦିନ ଦେହାନ୍ତ ହୋଇଛି ।  ଗତ କିଛିଦିନ ଧରି ସେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ପୂର୍ବାହ୍ନରୁ ତାଙ୍କ ମୃତ୍ୟୁ ଖବର ଆସିଥିଲା । ତେବେ ପରେ ଏହା ମିଛ ବୋଲି ଜଣା ପଡିଥିଲା । ନିଶିକାନ୍ତ ଭେଣ୍ଟିଲେଟରରେ ଥିବା ତାଙ୍କର ଜଣେ ବନ୍ଧୁ ଦାବି କରିଥିଲେ । ତେବେ ସନ୍ଧ୍ୟା ହେଉ ହେଉ ଆସିଛି ତାଙ୍କ ମୃତ୍ୟୁ ଖବର ।  ହସ୍ପିଟାଲ ପକ୍ଷରୁ ତାଙ୍କର ମୃତ୍ୟୁ ଖବରକୁ  ସ୍ୱୀକାର କରାଯାଇଛି । ହସ୍ପିଟାଲ ତରଫରୁ ଏନେଇ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି । କହିରଖୁଛୁ ନିଶିକାନ୍ତ ଦୀର୍ଘଦିନ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିଲା। ନିଶିକାନ୍ତ କାମତ ଲିଭର ସିରୋସିସ ରୋଗରେ ପୀଡ଼ିତ । ଆଜି ଦିନ ୪.୨୪ ମିନିଟରେ ତାଙ୍କର ଦେହାନ୍ତ ହୋଇଛି । ଅଭିନେତା ରିତେଶ ଦେଶମୁଖ ମଧ୍ୟ ଟ୍ୱିଟ୍ କରି ନିଶିକାନ୍ତଙ୍କ ମୃତ୍ୟୁ ବାବଦରେ ସୂଚନା ଦେଇଛନ୍ତି ।

ଦୀର୍ଘଦିନ ଧରି ହସ୍ପିଟାଲରେ ଥିବା ନିଶିକାନ୍ତ ଆଇସିୟୁରେ ଥିଲେ । ୫୦ ବର୍ଷୀୟ ନିଶିକାନ୍ତ ୩୧ ଜୁଲାଇକୁ ପେଟ ଯନ୍ତ୍ରଣା ଭଳି ସମସ୍ୟାରେ ପୀଡ଼ିତ ହୋଇ ହାଇଦ୍ରାବାଦର ଗଚିବବୋଲି ସ୍ଥିତ ଏଆଇଜି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଯେଉଁଠାରେ ସେ କ୍ରୋନିକ ଲିଭର ଡିଜିଜ ଏବଂ ଅନ୍ୟ ସକ୍ରମଣରେ ପୀଡ଼ିତ ଥିବା ଜଣା ପଡ଼ିଥିଲା ।

କହିରଖୁଛୁ ନିଶିକାନ୍ତ ଅଜୟ ଦେବଗନ ଏବଂ ତବୁ ଷ୍ଟାରର ଫିଲ୍ମ ଦୃଶ୍ୟମ,ଇରଫାନ ଖାନ ଷ୍ଟାରର ଫିଲ୍ମ ମଦାରୀ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହା ବ୍ୟତୀତ ସେ ଜନ ଆବ୍ରାହିମଙ୍କ ସହିତ ଫୋର୍ସ ଏବଂ ରକି ହ୍ୟାଣ୍ଡସମ ଭଳି ଫିଲ୍ମ ନିର୍ମାଣ କରିଛନ୍ତି । ମହାରାଷ୍ଟ୍ରରେ ଜନ୍ମ ହୋଇଥିଲେ ନିଶିକାନ୍ତ । ୨୦୦୫ରେ ମରାଠୀ ଫିଲ୍ମ ଡୋମ୍ବିବଲି ଫାଷ୍ଟରେ ନିର୍ଦ୍ଦେଶନା ଦେଇଥିଲେ । ତାଙ୍କର ପ୍ରଥମ ଫିଲ୍ମକୁ ବେଷ୍ଟ ଫିଚର ଫିଲ୍ମର ପୁରସ୍କାର ମିଳିଥିଲା । ତେବେ ୨୦୧୫ରେ ରିଲିଜ ହୋଇଥିବା ଫିଲ୍ମ ଦୃଶ୍ୟମ ପରେ ନିଶିକାନ୍ତଙ୍କୁ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ମିଳିଥିଲା ।

health
ଜଣେ ପ୍ରତିଷ୍ଠିତ ନିର୍ମାତା ସହିତ ନିଶିକାନ୍ତ ଜଣେ ଭଲ ଅଭିନେତା ମଧ୍ୟ ଥିଲେ । ସେ ହାଥ ଆନେ ଦେ,ସତଚ୍ୟା ଆତ ଘରାତ,୪୦୪ ଏରର ନଟ୍ ଫାଉଣ୍ଡ,ରକି ହ୍ୟାଣ୍ଡସମ,ଫୁଗେ,ଡ୍ୟାଡି,ଜୁଲି-୨,ଭାବେଶ ଯୋଶୀ ଭଳି ଏକାଧିକ ଫିଲ୍ମରେ ଅଭିନୟ କରିଛନ୍ତି ।

Leave a Reply