spot_img

Latest Posts

କରୋନାରେ ସଂକ୍ରମିତ ହେଲେ କ୍ୟାଟ୍ରିନା

ମୁମ୍ବାଇ: ବି-ଟାଉନ୍ ରେ ମାଡ଼ିଚାଲିଛି କରୋନା । ଲଗାତର ବଲିଉଡରେ ଜଣଙ୍କ ପରେ ଜଣେ କଳାକାର କରୋନାରେ ସଂକ୍ରମିତ ହେବାରେ ଲାଗିଛନ୍ତି। ଏବେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ନେଇ ସେ ନିଜ ଇନଷ୍ଟାଗ୍ରମ ଜରିଆରେ ସୂଚନା ଦେଇଛନ୍ତି ।

କ୍ୟାଟ୍ରିନା ଇନଷ୍ଟା ଷ୍ଟୋରିରେ ଲେଖିଛନ୍ତି, ‘ସବୁ ସତର୍କତା ସତ୍ତ୍ୱେ କରୋନା ପଜିଟିଭ୍ ରିପୋର୍ଟ ଆସିବା ଦୁର୍ଭାଗ୍ୟଜନକ। ବର୍ତ୍ତମାନ ମୁଁ ସବୁ କୋଭିଡ ନିୟମ ପାଳନ କରି ନିଜକୁ ହୋମ୍ କ୍ୱାରେଣ୍ଟାଇନ୍ କରିଛି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମୁଁ ଔଷଧ ମଧ୍ୟ ଖାଉଛି। ମୋ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ତୁରନ୍ତ କରୋନା ପରୀକ୍ଷା କରେଇ ନେବାକୁ ଅନୁରୋଧ କରୁଛି। ସମସ୍ତେ ନିଜର ଯତ୍ନ ଓ ସୁରକ୍ଷିତ ରୁହନ୍ତୁ।’

କ୍ୟାଟ୍ରିନାଙ୍କ ପୂର୍ବରୁ କରୋନାର ଦ୍ୱିତୀୟ ଲହରୀରେ ଅକ୍ଷୟ କୁମାର, ଭୂମି ପେଡନେକର, ଭିକ୍କି କୌଶଲ୍, ଏଜାଜ୍ ଖାନ୍, ରଣବୀର କପୁର, ଗୋବିନ୍ଦା, ଆଲିଆ ଭଟ୍ଟ, ଆମୀର ଖାନ୍‌, ମିଲିନ୍ଦ ସୋମେନ, ଫାତିମା ସନା ଶେଖ, ବପ୍ପି ଲହରୀ, ତବୁ, ସଞ୍ଜୟଲୀଲା ଭଂଶାଲୀ, ପରେଶ ରାୱଲ, ଆର ମାଧବନ, ମନୋଜ ବାଜପାୟୀ, ସଚିନ ତେନ୍ଦୁଲକର, ନୀତୁ କପୁର, କାର୍ତ୍ତିକ ଆର୍ଯ୍ୟାନ, ଆଦିତ୍ୟ ନାରାୟଣ ଓ ତାଙ୍କ ପତ୍ନୀ ପ୍ରମୁଖ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।

 

Latest Posts

Don't Miss