ମହେଶ ବାବୁଙ୍କ ମାଷ୍ଟରଷ୍ଟ୍ରୋକ, ବଲିଉଡରେ କାମ କଲେ ଖାଲି ସମୟ ବରବାଦ

ହାଇଦ୍ରାବାଦ୍: ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ କିଏ ବା ନଜାଣେ । ସାଉଥ ଇଣ୍ଡଷ୍ଟ୍ରିର ଏକ ଚର୍ଚ୍ଚିତ ଚେହେରା ଅଟନ୍ତି ମହେଶ ବାବୁ । ତାଙ୍କ ଅଭିନୟର ଯାଦୁରେ ମତୁଆଲା ଦର୍ଶକ । ଟଲିଉଡଠାରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ସବୁ ଇଣ୍ଡଷ୍ଟ୍ରିରେ ରହିଛି ମହେଶ ବାବୁଙ୍କ ଫ୍ୟାନ ଫଲୋଅର । ବର୍ତ୍ତମାନ ସାଉଥ ସୁପରଷ୍ଟାର ମହେଶ ବାବୁ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ତେବେ ଚଳିତ ଥର କୌଣସି ଫିଲ୍ମକୁ ନେଇ ଚର୍ଚ୍ଚାରେ ନାହାନ୍ତି ମହେଶ ବାବୁ । ବରଂ ତାଙ୍କର ଏକ ବୟାନ ପାଇଁ ଏବେ ହେଡଲାଇନରେ ଅଛନ୍ତି ସାଉଥ ସୁପରଷ୍ଟାର ମହେଶ ବାବୁ ।

ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ଏକ ପ୍ରେସ କନଫରେନ୍ସରେ ବଲିଉଡ ଡେବ୍ୟୁ ନେଇ ସାମ୍ବାଦିକ ପ୍ରଶ୍ନ କରିଥିଲେ । ଏହି ପ୍ରଶ୍ନର ଉତ୍ତର ଦେଇ ମହେଶ ବାବୁ ଗଣମାଧ୍ୟମକୁ କହିଛନ୍ତି କି ବଲିଉଡରେ ଡେବ୍ୟୁ କରିବାକୁ ତାଙ୍କର ଇଚ୍ଛା ନାହିଁ । ମହେଶ ବାବୁ ବଲିଉଡ ବିଷୟରେ ଆଲୋଚନା କରି କହିଛନ୍ତି – ମୁଁ ହିନ୍ଦୀ ଚଳଚ୍ଚିତ୍ରରୁ ଅନେକ ଅଫର ପାଇଛି । କିନ୍ତୁ ସେମାନେ ମୋତେ ଆଫୋର୍ଡ କରି ପାରିବେ ନାହିଁ । ମୁଁ ସେହି ଇଣ୍ଡଷ୍ଟ୍ରିରେ କାମ କରିବାକୁ ଚାହେଁ ନାହିଁ ଯେଉଁ ଇଣ୍ଡଷ୍ଟ୍ରି ମୋତେ ମୋର ମନ ମୁତାବକ ପାରିଶ୍ରମିକ ଦେବାକୁ ସକ୍ଷମ ନୁହେଁ । ବଲିଉଡ ଫିଲ୍ମରେ କାମ କରି ସମୟ ବର୍ବଦା କରିବେ ନାହିଁ ବୋଲି କହିଛନ୍ତି ସାଉଥ ସୁପରଷ୍ଟାର ମହେଶ ବାବୁ ।

ସାଉଥ ଇଣ୍ଡଷ୍ଟ୍ରିରୁ ମୋତେ ବହୁତ ଭଲ ପାଇବା ମିଳିଛି । ଏହା ସହ ଷ୍ଟାରଡମ୍ ଓ ବହୁତ ସମ୍ମାନ ମଧ୍ୟ ମୋତେ ସାଉଥ ପ୍ରଶଂସକଙ୍କଠାରୁ ମିଳିଛି । ଏହି କାରଣରୁ ସାଉଥ ଇଣ୍ଡଷ୍ଟ୍ରି ଛାଡ଼ି ଅନ୍ୟ ସିନେମା ଇଣ୍ଡଷ୍ଟ୍ରିରେ କାମ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମହେଶ ବାବୁ ।

ମୁଁ ମୋ ଜୀବନରେ ଯେତିକି ସଫଳତା ହାସଲ କରିବା କଥା କରିସାରିଲିଣି । ଯେତିକି ସଫଳତାରେ ପାହାଚ ଚଢିବା କଥା ଚଢିସାରିଲିଣି । ଆଉ ଅଧିକ ସୁଖ ଦରକାର ନାହିଁ । କାରଣ ମୋର ବିଶ୍ୱାସ ଅଛି ଆଗକୁ ମୋର ଗୋଟିଏ ପରେ ଗୋଟିଏ ସ୍ୱପ୍ନ ପୂରଣ ହେବ ବୋଲି କହିଛନ୍ତି ସାଉଥ ସୁପରଷ୍ଟାର ମହେଶ ବାବୁ ।

ସୂଚନା ଅନୁସାରେ କିଛି ମାସ ମଧ୍ୟରେ ଗୋଟିଏ ପରେ ଗୋଟିଏ ହିଟ୍ ସିନେମା ଦେବାରେ ଲାଗିଛି ସାଉଥ ସିନେମା ଇଣ୍ଡିଷ୍ଟ୍ରି । ଟ୍ରିପଲ ଆର, ବାହୁବଳୀ, କେଜିଏଫ ଭଳି ଫିଲ୍ମ ରିଲିଜ କରି ବଲିଉଡକୁ କଡ଼ା ଟକ୍କର ଦେବାରେ ଲାଗିଛି ସାଉଥ ସିନେମା ଇଣ୍ଡଷ୍ଟ୍ରି । ଏହି ବିଗ୍ ବଜେଟର ସାଉଥ ଫିଲ୍ମ ରିଲିଜ୍ ପରେ ବଲିଉଡର କଳାକାର ଓ ପ୍ରଯୋଜକମାନେ ଚିନ୍ତାରେ ପଡ଼ିଛନ୍ତି । ଏନେଇ କିଛିଦିନ ତଳେ କିଛି ବଲିଉଡ ଷ୍ଟାର ଓ ସାଉଥ ଷ୍ଟାରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।