ଆସାମ ବନ୍ୟା ପୀଡ଼ିତଙ୍କୁ ୧ କୋଟି ସହାୟତା କରି ପୁଣି ହୃଦୟ ଜିତିଲେ ଅକ୍ଷୟ କୁମାର

ବଲିଉଡର ଖିଲାଡ଼ୀ କୁମାରଙ୍କ କାରନାମା ଯଦିଓ ଚଳଚ୍ଚିତ୍ରରେ ଖୁବ ବିଚିତ୍ର, କିନ୍ତୁ ବାସ୍ତବ ଜୀବନରେ ସେ ସଂପୂର୍ଣ୍ଣ ନିଆରା । ରିଲ ଲାଇଫରେ ସେ ଦର୍ଶକଙ୍କ ଠାରୁ ଯେତିକି ଭଲପାଇବା ସାଉଣ୍ଟିଛନ୍ତି ରିଅଲ ଲାଇଫରେ ମଧ୍ୟ ସେତିକି । ଥରେ ନୁହେଁ ବରଂ ବାରମ୍ବାର ସେ ଦୟାଳୁ ହୃଦୟର ପରିଚୟ ଦେଇଛନ୍ତି । ପ୍ରତିବର୍ଷ ଦେଶରେ ଘଟୁଥିବା ପ୍ରାକୃତିକ ବିପର‌୍ୟୟରେ ପୀଡ଼ିତଙ୍କୁ ସହାୟତାର ହାତ ବଢାଇଛନ୍ତି ଅକ୍ଷୟ । ଯେତେବେଳେ ପ୍ରତ୍ୟେକଟି ସମସ୍ୟାରେ ସେ ଦେଶବାସୀଙ୍କ ଦୁଃଖରେ ଦୁଃଖି ହୋଇ ଛିଡ଼ା ହୋଇଛନ୍ତି ତେବେ ଏହିଥର ଆସାମ ବନ୍ୟା ପୀଡ଼ିତଙ୍କ କ୍ଷେତ୍ରରେ କିଭଳି ମୁହଁ ବୁଲାଇ ନେଇଥାନ୍ତେ । ଆସାମ ବନ୍ୟା ପୀଡ଼ିତଙ୍କୁ ୧ କୋଟି ସହାୟତା ରାଶି ପ୍ରଦାନ କରିଛନ୍ତି ଅକ୍ଷୟ କୁମାର । ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ୱାଲ ମଙ୍ଗଳବାରକୁ ଟ୍ୱିଟ କରି ଅକ୍ଷୟ କୁମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତିଯେ, ଆସାମରେ ବନ୍ୟା ପୀଡ଼ିତଙ୍କ ପାଇଁ ୧ କୋଟିର ଯୋଗଦାନ ଦେଇ ଥିବାରୁ ଧନ୍ୟବାଦ । ସଙ୍କଟ ସମସ୍ୟାରେ ଆପଣ ସର୍ବଦା ସହାନୁଭୂତି ଦେଖାଇଛନ୍ତି ଏବଂ ସମର୍ଥନ କରିଛନ୍ତି । ଆସାମର ଜଣେ ବନ୍ଧୁ ଭାବରେ ବିଶ୍ୱରେ ଅଧିକ ଯଶ ପାଇବା ପାଇଁ ଭଗବାନ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ।

ଜୁଲାଇ ୨୦୨୦ରେ ଆସାମରେ ବନ୍ୟା ପାଇଁ ସମଗ୍ର ୩୩ଟି ଜିଲ୍ଲା ପାଣିରେ ବୁଡ଼ି ଯାଇଥିଲା । ଏଥିରେ ପ୍ରାୟ ୨୮ ଲକ୍ଷ ଲୋକ ପ୍ରଭାବିତ ହେଲେ । ହଜାର ହଜାର ଘର କ୍ଷତିଗ୍ରସ୍ତ ହେଲା । ଫସଲ ନଷ୍ଟ ହେବା ସହିତ ରାସ୍ତାରେ ଚଳାଚଳ ବାଧାପ୍ରାପ୍ତ ହେଲା । ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଂଟ ଅଥୋରିଟି ଏବଂ ସ୍ୱୟ ସହାୟକ ସଙ୍ଗଠନ ଏହି ବିପଦରୁ ଲୋକଙ୍କୁ ରକ୍ଷା କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।

କହିରଖୁଛୁ ଆସାମରେ ବନ୍ୟା କାରଣରୁ କରିସ୍ଥିତି ବିଗିଡ଼ିଥିବା ପ୍ରାୟ ୧ ମାସ ବିତିଗଲାଣି । ଗତ ମାସରେ ହୋଇଥିବା ବନ୍ୟାରେ ୩୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ବିହାର ମଧ୍ୟ ବନ୍ୟା ସହିତ ଅହରହ ଲଢେଇ କରୁଛି । ଏହି ସମୟରେ ଭାରତରେ ଏକାଧିକ ରାଜ୍ୟରେ ବନ୍ୟା ଯୋଗୁଁ ପରିସ୍ଥିତି ବିଗିଡ଼ି ଯାଇଛି । ମହାରାଷ୍ଟ୍ରରେ ଅତ୍ୟଧିକ ବର୍ଷା ଯୋଗୁଁ ସମସ୍ୟା ସୃଷ୍ଟି ହେଉଛି ।

Leave a Reply