ସମ୍ବଲପୁରୀ ଶାଢ଼ିରେ ବିଦ୍ୟା,ଜାଣନ୍ତୁ ‘ଶକୁନ୍ତଳା’ଙ୍କୁ ଶାଢି ଦେଲେ କିଏ …

1 min read

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ସମ୍ବଲପୁରୀ ଶାଢିକୁ ପୁଣି ପ୍ରଶଂସା । ଏଥର ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ସମ୍ବଲପୁର ଶାଢିର ବେଶ୍‌ ପ୍ରଶଂସା କରିଛନ୍ତି । ଶକୁନ୍ତଳା ଦେବୀ ସିନେମାର ପ୍ରଚାର ବେଳେ ସମ୍ବଲପୁରୀ ଶାଢିର ପିନ୍ଧିବା ସହ ଏହାର ବାନ୍ଧକଳାକୁ ସେ ଢେର ପ୍ରଶଂସା କରିଛନ୍ତି । ଏଥି ସହ ବାନ୍ଧ କାରିଗରମାନଙ୍କୁ ମଧ୍ୟ ପ୍ରଶଂସା କରିବାକୁ ଭୁଲି ନାହାନ୍ତି ବିଦ୍ୟା ।

 

ତେବେ ବଲିଉଡର ଆଗ ଧାଡ଼ିର ନାୟିକା ବିଦ୍ୟାବଲନଙ୍କ ବହୁ ଚର୍ଚ୍ଚିତ ସିନେମା ଶକୁନ୍ତଳା ଦେବୀ ଗତ କାଲି ଅନଲାଇନରେ ରିଲିଜ ହୋଇଛି । ହେଲେ ଏହି ସିନେମାର ପ୍ରମୋସନରେ ଅଭିନେତ୍ରୀ ବିଦ୍ୟାବଲନ ପିନ୍ଧିଥିବା ସମ୍ବଲପୁରୀ ଶାଢ଼ୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।  ଏହି ଶାଢ଼ୀକୁ ବିଦ୍ୟାବାଲାନଙ୍କୁ ନିକଟରେ ପହଞ୍ଚାଇଛଥିଲେ ଅମ୍ରିତା ସାବତ । ଅମ୍ରିତା ସାବତଙ୍କ ଆଉ ଏକ ପରିଚୟ ହେଉଛି ସିଏ ହେଉଛନ୍ତି ଉତ୍କଳ ଅମ୍ରିତା ଟେକ୍ସଟାଇଲର ଏମଡି । ଓଡ଼ିଶାର ହସ୍ତତନ୍ତ କଳାକୁ ଦେଶ ବିଦେଶରେ ପ୍ରଚାର କରିବାରେ ଅମ୍ରିତ ସବୁବେଳେ ଆଗରେ ରହିଥାନ୍ତି ।

ଅମ୍ରିତା ଅନୁସାରେ ଗତ ଏକ ବର୍ଷ ହେବ ସେ ଏହି ଉଦ୍ୟମ ଆରମ୍ଭ କରିଛନ୍ତି । ବିଗତ ବର୍ଷ ଅଗଷ୍ଟ ୩ ତାରିଖରେ ବମ୍ବେରେ ଆୟୋଜିତ ଏକ ପ୍ରଦର୍ଶନୀରେ ସେ ବିଦ୍ୟାଙ୍କ ଟିମ ସଂସ୍ପର୍ଶରେ ଆସିଥିଲେ । ଇଷ୍ଟାଗ୍ରାମ ମାଧ୍ୟମରେ ସେ ବିଦ୍ୟାଙ୍କୁ ଅନୁରୋଧ କରିଥିଲେ ଓଡ଼ିଶାର ଶାଢ଼ୀ ପିନ୍ଧିବା ପାଇଁ । ଏହା ପରେ ଅମ୍ରିତାଙ୍କୁ ଶାଢ଼ୀର କିଛି ଡିଜାଇନ ପଠାଇବା ପାଇଁ ବିଦ୍ୟାଙ୍କ ଟିମ୍ କହିଥିଲେ ।

 

ଅମ୍ରିତା ଯେତେବେଳେ ଜାଣିବାକୁ ପାଇଲେ ଯେ ବିଦ୍ୟା ପ୍ରସିଦ୍ଧ ଗଣିତଜ୍ଞ ଶକୁନ୍ତଳା ଦେବୀଙ୍କ ଜୀବନୀ ଉପରରେ ଚଳଚିତ୍ର କରିବାକୁ ଯାଉଛନ୍ତି ସେତେବେଳେ ସେ ଓଡ଼ିଶାର ପ୍ରସିଦ୍ଧ ବୁଣାକାରଙ୍କୁ ନେଇ ଶାଢ଼ୀଟି ପ୍ରସ୍ତୁତ କରିଥିଲେ । ଲକଡାଉନ ଯୋଗୁଁ ଚଳଚିତ୍ର ରିଲିଜ ସ୍ଥଗିତ ରହିବା ଜାଣି ଶାଢ଼ୀ ପିନ୍ଧିବା ଉପରେ ପ୍ରଶ୍ନ ସୃଷ୍ଟି ହୋଇଥିଲା କିନ୍ତୁ  ଏହା ପରେ ଡିଜିଟାଲ ପ୍ଲଟଫର୍ମରେ ରିଲିଜ ହେବା ସୂଚନା ପାଇ ଅମ୍ରିତା ପୁଣି ଥରେ ବିଦ୍ୟାଙ୍କ ଟିମଙ୍କୁ କଣ୍ଟାକ୍ଟ କରିଥିଲେ । ଏହି ପରେ ବିଦ୍ୟାଙ୍କ ଟିମ ତୁରନ୍ତ ଏହି ଶାଢୀ ପଠାଇବାକୁ କହିଥିଲେ ।  ଏହା ପରେ ବିଦ୍ୟା ଫିଲ୍ମର ରିଜିଜ ଡେଟ ଦିନ ସେହି ସମ୍ବଲପୁରୀ ଶାଢୀକୁ ପିନ୍ଧିଥିଲେ ।

ଏହି ଶାଢ଼ୀକୁ ପିନ୍ଧିବା ପରେ ବିଦ୍ୟା ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ସମ୍ବଲପୁରୀ ଶାଢ଼ୀ ବିଷୟରେ କହିବା ସହିତ ଏହି କରୋନା କାଳରେ ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରିବା ପାଇଁ କହିଛନ୍ତି ।

Leave a Reply