ହୃଦଘାତର ଶିକାର ହେଲେ ସୁସ୍ମିତା, ସୁସ୍ଥତା କାମନା କଲେ ପ୍ରଶଂସକ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ହୃଦଘାତ । ଇନଷ୍ଟାଗ୍ରାମରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଅଭିନେତ୍ରୀ । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ୪୬ ବର୍ଷୀୟ ସୁସ୍ମିତାଙ୍କ କିଛି ଦିନ ପୂର୍ବରୁ ଏଞ୍ଜିଓପ୍ଲାଷ୍ଟି ହୋଇସାରିଛି । ଅଭିନେତ୍ରୀ ବାପାଙ୍କ ସହ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହା ପରେ ସୁସ୍ମିତାଙ୍କ ସୁସ୍ଥତା କାମନା କରିଛନ୍ତି ପ୍ରଶଂସକ । ପୋଷ୍ଟ ସେୟାର କରି ସେ ଲେଖିଛନ୍ତି ‘ସୋନା ତୁମ ହୃଦୟକୁ ସବୁବେଳେ ଖୁସିରେ ରଖିବା ସହ ଶକ୍ତିଶାଳୀ ରଖ । ଏହା ତୁମର ସାଥ୍ ଦେବ । (ଏହି ଶବ୍ଦ ମୋ ବାପା ମୋ ପାଇଁ କହିଥିଲେ) । କିଛି ଦିନ ପୂର୍ବରୁ ମୁଁ ହୃଦଘାତର ଶିକାର ହୋଇଥିଲି । ଏଞ୍ଜିଓପ୍ଲାଷ୍ଟି ହୋଇସାରିଛି । ଏବେ ମୋ ଡାକ୍ତର କହିଛନ୍ତି ଯେ ମୋ ହୃଦୟ ବହୁତ ବଡ ’।
ଅଭିନେତ୍ରୀ ଜଣକ ଆହୁରି ମଧ୍ୟ କହିଛନ୍ତି ଯେ ‘ସମୟରେ ସାହାଯ୍ୟ କରିଥିବାରୁ ବହୁତ ଜଣଙ୍କୁ ଧନ୍ୟବାଦ ଦେବି । ମୋ ଶୁଭଚିନ୍ତକଙ୍କୁ ଭଲ ଖବର ଦେବା ପାଇଁ ପୋଷ୍ଟଟି କଲି । ଆଉ କିଛି ବର୍ଷ ଜୀଇଁବା ପାଇଁ ଏବେ ପ୍ରସ୍ତୁତ ଅଛି । ଆପଣ ସମସ୍ତଙ୍କୁ ମୋ ଭଲ ପାଇବା ’ ।
ପୂର୍ବତନ ମିସ୍ ୟୁନିଭର୍ସ ସୁସ୍ମିତା ଜଣେ ସିଙ୍ଗଲ୍ ମଦର । ଗତ ୨୦୦୦ରେ ରେନେ ଓ ୨୦୧୦ରେ ଆଲିଶାହ ନାମକ ଦୁଇ ଝିଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ସୁସ୍ମିତା ।