ନିର୍ଭୟା ମାମଲାରେ କଙ୍ଗନାଙ୍କ କଡ଼ା ଆକ୍ଷେପ, କହିଲେ- ଏମିତି ମହିଳାଙ୍କଠାରୁ ହିଁ ଜନ୍ମ ନିଅନ୍ତି ଦୁଷ୍କର୍ମକାରୀ

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କୁ ଫାଶୀ ନ ହେବା ଯାଏଁ ଶାନ୍ତି ଦେଶକୁ ମିଳିବନି । ମୃତ୍ୟୁର ଫାଶରୁ ଅଳ୍ପ ଦୂରରେ ଥିବା ୪ ଦୋଷୀଙ୍କୁ ଫାଶୀ ନଦେଇ କ୍ଷମା କରିବାକୁ କୁହାଯାଉଛି ତ କେଉଁଠୁ ସର୍ବ ସମ୍ମୁଖରେ ଫାଶୀ ଦେବାକୁ ଦାବୀ ହେଉଛି । ଏସବୁ ଭିତରେ ବିବାଦୀୟ ହୋଇ ପଡ଼ିଥିଲା ସୁପ୍ରିମକୋର୍ଟ ଆଇନଜୀବୀ ଇନ୍ଦିରା ଜୟସିଂଙ୍କ ଟ୍ୱିଟ୍ । ଯେଉଁଥିରେ ସେ ନିର୍ଭୟାଙ୍କ ମାଆଙ୍କୁ ୪ ଦୋଷୀଙ୍କୁ କ୍ଷମା କରିବାକୁ କହିଥିଲେ ।

ଏଭଳି ବାର୍ତ୍ତା ଗୋଟେ ମହିଳା ଆଇନଜୀବୀଙ୍କ ମୁହଁରୁ ବାହାରିବାକୁ କେହି ବି ସହଜରେ ଗ୍ରହଣ କରିପାରିନାହାନ୍ତି । ତାଙ୍କର ଏହି ବାର୍ତ୍ତାକୁ ସବୁ କ୍ଷେତ୍ରରେ ଦୃଢ ନିନ୍ଦା କରାଯାଇଥିଲା  । ଏବଂ ଏବେ ସବୁକୁ ପଛରେ ପକାଇଦେଇଛି ବଲିଉଡର କୁଇନଙ୍କ ଜବାବ । ଆଜ୍ଞା ହଁ ଇନ୍ଦିରାଙ୍କୁ ଏମିତି ଜବାବ ଦେଇଛନ୍ତି କଙ୍ଗନା ଯାହା ଶୁଣିଲେ ଆପଣ ବି ସମର୍ଥନ କରିବେ  ।

କଙ୍ଗନା, ଇନ୍ଦିରାଙ୍କୁ ସେହି ୪ ଜଣ ଦୋଷୀଙ୍କ ସହ ରହିବାକୁ କହିଛନ୍ତି । କେବଳ ସେତିକି ନୁହେଁ ସେମାନଙ୍କ ପ୍ରତି ଥିବା ଦୟା ପ୍ରମାଣ କରୁଛି କି, ଏଭଳି ମହିଳାଙ୍କଠାରୁ ହିଁ ଜନ୍ମ ହୁଅନ୍ତି ଏମିତି ଦୁଷ୍କର୍ମକାରୀ । ଏମିତି କିଛି କହି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି କଙ୍ଗନା । ନିର୍ଭୟାଙ୍କ ଦୋଷୀଙ୍କୁ ଆସନ୍ତା ଫେବ୍ରୁଆରୀ ୧ରେ ଫାଶୀ ଦିଆଯିବା ନେଇ ସାନ ଡେଥ୍ ୱାରେଣ୍ଟ ଜାରି ହୋଇଛି ।

Leave a Reply