ବଲିଉଡ ଷ୍ଟାରଙ୍କର ଅଜବ ‘ଫୋବିଆ’

ମୁମ୍ବାଇ: ପ୍ରତ୍ୟେକ ମଣିଷର ମନରେ କୌଣସି ନା କୌଣସି ଜିନିଷକୁ ନେଇ ଡର ରହିଥାଏ । କିଏ ଅନ୍ଧାରକୁ ଡରେ ତ କିଏ ପାଣିକୁ କିଏ ପୁଣି ନିଆଁକୁ । ଆଉ ଏଗୁଡ଼ିକୁ ଫୋବିଆ କୁହାଯାଏ । ପ୍ରାୟ ମଣିଷର କିଛି ନା କିଛି ଫୋବିଆ ରହିଥାଏ । ତେବେ ଆପଣ ଜାଣନ୍ତିକି ଆପଣଙ୍କ ପ୍ରିୟ ବଲିଉଡ ଷ୍ଟାରମାନେ କେଉଁ ଜିନିଷକୁ ଭୟ କରନ୍ତି? କେଉଁ ଷ୍ଟାରଙ୍କର କ’ଣ ଭୟ ରହିଛି।  ଆସନ୍ତୁ ଜାଣିବା ଷ୍ଟାରଙ୍କର ଫୋବିଆ।

ଆମୀର ଖାନ୍: ବଲିଉଡର ମିଷ୍ଟର ପରଫେକଶନିଷ୍ଟ ଆମୀର ଖାନ୍ ଙ୍କ ବ୍ଲକବଷ୍ଟର ଫିଲ୍ମର ଡାଇଲଗ ‘ଅଲ ଇଜ୍ ୱେଲ୍’ କୁ କିଏବା ଭୁଲିବ। ଆମୀର ନିଜ ଲାଇଫରେ ବି ଏହି ଫଣ୍ଡା ଆପ୍ଲାଇ କରନ୍ତି। ଯେତେବେଳେ ବି ତାଙ୍କୁ କିଛି ଅଡ଼ୁଆ ଲାଗେ ବା ଭୟ ଲାଗେ ସେ ନିଜକୁ ‘ଅଲ ଇଜ୍ ୱେଲ୍’ କହି ସମ୍ଭାଳନ୍ତି। ଆପଣ ଜାଣନ୍ତିକି ଆମୀରଙ୍କୁ ଥାନାଟୋଫୋବିଆ ଅଛି । ତାଙ୍କୁ ସବୁବେଳେ ମରିଯିବା ଭୟ ରହିଥାଏ । ଏକ ସାକ୍ଷାତକାରରେ ସେ କହିଥିଲେ ଯେ ଫିଲ୍ମ ‘ଦଙ୍ଗଲ’ର ଶୁଟିଂ ବେଳେବି ସେ ବହୁତ ଭୟ କରୁଥିଲେ । ତାଙ୍କୁ ସବୁବେଳେ ଭୟ ଲାଗୁଥିଲା ଯେ କାଳେ ଶୁଟିଂ ବେଳେ ତାଙ୍କୁ କ’ଣ ହୋଇଯିବ।

କ୍ୟାଟ୍ରିନା କୈଫ: ଫିଲ୍ମ ‘ଜିନ୍ଦେଗି ନା ମିଲେଗି ଦୋବାରା’ରେ କ୍ୟାଟ୍ରିନା ଟୋମେନିଆ ଫେଷ୍ଟିଭାଲରେ ବହୁତ ମଜା କରୁଥିବା ଦେଖିବାକୁ ମିଳିଥିଲା । ହେଲେ ​​କ୍ୟାଟ୍ରିନାଙ୍କ ବାସ୍ତବ ଜୀବନ ଟିକିଏ ଅଲଗା। କ୍ୟାଟ୍ରିନା ନିଜ ଅସଲ ଜୀବନରେ ଟମାଟୋକୁ ବହୁତ ଡରନ୍ତି । ଆଉ ଏହି କଥା ଫିଲ୍ମର ଶୁଟିଂବେଳେ ଜଣାପଡ଼ିଥିଲା । ଫିଲ୍ମର ଏହି ସିନରେ ତାଙ୍କ ଡର ଆହୁରି ବଢ଼ିଯାଇଥିଲା। ଏହି ଡର ପାଇଁ କ୍ୟାଟ୍ ଟମାଟୋ କ୍ୟାଚଅପର ଅନେକ ଆଡକୁ ବି ମନାକରିଦେଇଛନ୍ତି ।

ଶାହାରୁଖ ଖାନ୍: ନିଜ ଆକ୍ସନ ସିକ୍ୱେନ୍ସରେ ଦର୍ଶକଙ୍କୁ ଚମକାଇଦେଉଥିବା କିଙ୍ଗ ଖାନଙ୍କୁ ବି ଅଛି ଫୋବିଆ । ଶାହାରୁଖ୍ ଖାନକୁ ଘୋଡ଼ାରେ ବସିବାକୁ ଭାରି ଡ଼ର ଲାଗେ । ଫିଲ୍ମ ‘କରନ ଅର୍ଜୁନ’ର ଶୁଟିଂବେଳେ ଶାହାରୁଖଙ୍କ ଘୋଡ଼ା ଅଟକିନଥିଲା । ଶାହାରୁଖଙ୍କୁ ନେଇ ଘୋଡ଼ା ବହୁତ ଆଗକୁ ପଳାଇଥିଲା । ଆଉ ଏହା ପରଠୁ ଶାହାରୁଖ୍ ଆଉ କେବେ ବି ଘୋଡ଼ା ସୱାରି କରିନାହାଁନ୍ତି ।

 

ଅର୍ଜୁନ କପୁର: ବୋନି କପୁରଙ୍କ ପୁଅ ତଥା ବଲିଉଡ ଆକ୍ଟର ଅର୍ଜୁନ କପୁରଙ୍କର ରହିଛି ଏକ ଅଜବ ଫୋବିଆ । ଅର୍ଜୁନଙ୍କୁ ସିଲିଂ ଫ୍ୟାନକୁ ଭାରି ଭୟ ଲାଗେ। ସେ କେବେ ହେଲେ ଫ୍ୟାନ ତଳେ ଶୁଆନ୍ତି ନାହିଁ । ଆଉ ଏ କଥା ସେ ବହୁତ ଥର ସାକ୍ଷାତକାରରେ କହିଛନ୍ତି। ଅର୍ଜୁନଙ୍କ ଘରେ ମଧ୍ୟ ଗୋଟିଏ ବି ସିଲିଂ ଫ୍ୟାନ୍ ନାହିଁ।

ସୋନମ କପୁର: କପୁର ଖାନ୍ଦାନର ଲାଡଲି ସୋନମ କପୁରଙ୍କୁ ଏଲିଭେଟରରେ ଯିବାକୁ ଭାରି ଭୟ ଲାଗେ। ଏହା ବଦଳରେ ସେ ସବୁବେଳେ ସିଡ଼ି ବ୍ୟବହାର କରିବାକୁ ପସନ୍ଦ କରନ୍ତି। ତାଙ୍କର ଏହି ଭୟ ପିଲାଟି ବେଳୁ ଅଛି ଆଉ ଏବେ ମଧ୍ୟ ସେ ଏଲିଭେଟରକୁ ଭୟ କରନ୍ତି । ତାଙ୍କ ଭଉଣୀ ରିଆ ସୋନମଙ୍କର ଏହି ଭୟକୁ ବହୁଥର କମ କରିବାକୁ ଚେଷ୍ଟା କରିଛନ୍ତି, ହେଲେ ବିଫଳ ହୋଇଛନ୍ତି ।

କଙ୍ଗନା ରଣାୱତ: ସବୁବେଳେ ବିନ୍ଦାସ ଓ ବେପରୱା ରହୁଥିବା କଙ୍ଗନାଙ୍କୁ ବି ଅଛି ଫୋବିଆ। କଙ୍ଗନାଙ୍କୁ କାର ଡ୍ରାଇଭିରୁ ଭୟ ଲାଗେ । ଏଥିପାଇଁ ସେ କେବେ ହେଲେ ଡ୍ରାଇଭିଂ କରନ୍ତି ନାହିଁ । ଏହି ଡର ତାଙ୍କର ସେବେଠୁ ଆରମ୍ଭ ହୋଇଥିଲା ଯେବେ ସେ ଏକ ଅଟୋ ସହ ନିଜ ଗାଡ଼ି ଧକ୍କା କରିଦେଇଥିଲେ।

 

Leave a Reply