କରୋନା ମୁକାବିଲା ପାଇଁ ପୁଣି ସହାୟତାର ହାତ ବଢାଇଲେ ଶାହରୁଖ ଖାନ

1 min read

ମୁମ୍ବାଇ: ସମଗ୍ର ଭାରତ ଏବେ କରୋନାଭାଇରସ ସହ ଯୁଦ୍ଧ କରୁଛି। ସେଥିପାଇଁ ଚାରିଆଡେ ଲକଡାଉନ୍ ଜାରି ରହିଛି । ଏଭଳି ପରିସ୍ଥିତିରେ ଲୋକଙ୍କୁ ଘରୁ ବାହାରବାରିବା ପାଇଁ ମନା କରାଇଛି। କଟକଣା ସହ ଅନେକ ନିୟମ କଡାକଡି ଭାବେ ପାଳନ କରାଯାଉଛି । କରୋନା ଯୋଗୁଁ ଅନେକ ଜିନିଷ ପ୍ରଭାବିତ ହୋଇଛି । ଦେଶର ଅନେକ ସେଲିବ୍ରିଟି କରୋନାଭାଇରସ ସଂକ୍ରମିତ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ତାରକା କରୋନା ଭାଇରସ ଦ୍ୱାରା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିଛନ୍ତି । ସମସ୍ତେ ନିଜ ନିଜ ଉପାୟରେ ଲୋକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିଛନ୍ତି ।

ତେବେ ଏସବୁରୁ ବାଦ ପଡିନାହାନ୍ତି ବଲିଉଡ ବାଦଶାହ କିଙ୍ଗ ଖାନ୍ । ଅଭିନେତା ଶାହାରୁଖ ଖାନ ମଧ୍ୟ ତାଙ୍କ ତରଫରୁ ଯଥେଷ୍ଟ ସାହାଯ୍ୟ କରୁଛନ୍ତି । ରିପୋର୍ଟ ଅନୁସାରେ ଶାହରୁଖ ଖାନ ୨୫ ହଜାର ପିପିଏ କିଟ୍ ଦେଇ ସହାୟତାର ହାତ ବଢାଇଛନ୍ତି। ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପ କହିଛନ୍ତି ଯେ, ଶାହରୁଖ ଖାନ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ୨୫ ହଜାର ପିପିଏ କିଟ୍ ଦେଇଛନ୍ତି। ଏହା କୋଭିଡ -୧୯ ବିରୋଧରେ ଲଢିବାକୁ ସେମାନଙ୍କୁ ସହଯୋଗ କରିବ ଏବଂ ଏହା ଆକ୍ରାନ୍ତ ହୋଇଥିବା ଲୋକଙ୍କୁ ସୁରକ୍ଷା ଦେବାରେ ମଧ୍ୟ ଡାକ୍ତରମାନଙ୍କୁ ସାହାଯ୍ୟ କରିବ ।

ରାଜେଶ ନିଜେ ଏହି ବିଷୟରେ ଟୁଇଟ୍ କରି ଅଭିନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଟୁଇଟ ନେଇ ଶାହରୁଖ ଲେଖିଛନ୍ତି ଯେ, ଏବେ ସମସ୍ତେ ନିଜକୁ ଏବଂ ମାନବିକତାକୁ ରକ୍ଷା କରିବା ପାଇଁ ସବୁ ପ୍ରକାରର ପ୍ରୟାସ କରୁଛନ୍ତି । ଏହି ସେବା କରି ତାଙ୍କୁ ଖୁସି ମିଳିଛି । ତାଙ୍କ ପରିବାର ଓ ଦଳ ସୁରକ୍ଷିତ ଏବଂ ସୁସ୍ଥ ରହୁ ବୋଲି କହିଛନ୍ତି ଶାହରୁଖ ।

ଏହା ପୂର୍ବରୁ ମଧ୍ୟ ଶାହରୁଖ ଓ ଗୌରୀ ଖାନ ମିଶି କ୍ଵାଟଣ୍ଟାଇନ ଓ୍ୱାର୍ଡ ପ୍ରସ୍ତୁତ କରିବା ପାଇଁ ମୁମ୍ବାଇ ମହାନଗର ନିଗମକୁ ନିଜର ୪ ମହଲା ଅଫିସ ପ୍ରଦାନ କରିଥିଲେ । ଶାହରୁଖ ଖାନଙ୍କ ଏହି ପ୍ରଶଂସନୀୟ କାର୍ଯ୍ୟ ନେଇ ବିଏମସି ମଧ୍ୟ ନିଜର ପ୍ରତିକ୍ରିୟା ରଖିଛି। ବିଏମସି ଟ୍ୱିଟ୍ କରି ଶାହରୁଖ୍ ଖାନ୍ ଏବଂ ପତ୍ନୀ ଗୌରୀ ଖାନଙ୍କୁ ଧନ୍ୟବାଦ ଜଣାଇଛି । ଉଭୟଙ୍କ ପାଇଁ ଚାରି ମହଲା କାର୍ଯ୍ୟାଳୟକୁ ସେମାନେ କ୍ୟାରାଣ୍ଟିନ୍ ୱାର୍ଡ କରିଥିଲେ । ସେଠାରେ ଶିଶୁ, ମହିଳା ଏବଂ ବୃଦ୍ଧଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଛି । ଏବେ ପୁଣି ସାହାଯ୍ୟ କରି ଶାହାରୁଖ ଲୋକଙ୍କ ହୃଦୟ ଜିତିଛନ୍ତି ଓ ଖୁବ ଚର୍ଚ୍ଚାରେ ଅଛନ୍ତି ।

Leave a Reply