spot_img

Latest Posts

୨୦୧୮ରୁ ଋଷି କପୁର କର୍କଟ ରୋଗରେ ପିଡ଼ିତ ଥିଲେ…

ମୁମ୍ବାଇ: ବଲିଉଡ଼ରେ ଲାଗିଛି ନଜର । ଗତକାଲି ଇରଫାନ ଖାନ୍ ଆଉ ଆଜି ଋଷି କପୁର ଦୁନିଆରୁ ନେଇଛନ୍ତି ବିଦାୟ । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ୬୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।

ବଲିଉଡର ବରିଷ୍ଠ ଅଭିନେତା ଋଷି କପୁର କର୍କଟ ରୋଗ ସହିତ ଦୀର୍ଘ ଦିନର ଯୁଦ୍ଧ ପରେ ଆଜି ଜୀବନର ଯୁଦ୍ଧରେ ହାରିଯାଇଛନ୍ତି । ସ୍ୱାସ୍ଥ୍ୟ ଖରାପ ହେତୁ ଋଷି କପୁରଙ୍କୁ କିଛି ଦିନ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଋଷି କପୁରଙ୍କ ଦେହାନ୍ତର ଖବର ପ୍ରଥମେ ମେଗାଷ୍ଟାର ଅମିତାଭ ବଚ୍ଚନ ନିଜ ଟ୍ୱିଟର ଆକାଉଣ୍ଟରେ ଦେଇଥଲେ । ସେ ଟ୍ୱିଟ୍ କରି ଲେଖିଛନ୍ତି, ‘ସେ ଚାଲିଗଲେ, ଋଷି କପୁର ଚାଲିଗଲେ, ମୁଁ ଏବେ ଭିତରୁ ଭାଙ୍ଗି ପଡ଼ିଛି ।’

ସୂଚନାନୁସାରେ, କର୍କଟ ରୋଗର ଜଟିଳତା ହେତୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କୁ ପ୍ରାୟ ଏକ ସପ୍ତାହ ଧରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସୂଚନା ଅନୁସାରେ, ଚିକିତ୍ସା ସମୟରେ ତାଙ୍କୁ ଭେଣ୍ଟିଲେଟରରେ ମଧ୍ୟ ଅନେକ ଥର ରଖାଯାଇଥିଲା।

ଆପଣଙ୍କୁ କହି ରଖୁଛୁ ଯେ, ସେପ୍ଟେମ୍ବର ୨୦୧୮ ରେ ଋଷି କପୁର ତାଙ୍କ କର୍କଟ ରୋଗ ବିଷୟରେ ଜାଣିଥିଲେ ଏବଂ ଏନେଇ ସେ ଚିକିତ୍ସା ପାଇଁ ଆମେରିକା ଯାଇଥିଲେ । ଏହା ପରେ, ଅକ୍ଟୋବର ୩, ୨୦୧୮ରେ ଋଷି କପୁରଙ୍କ କର୍କଟ ରୋଗ ହୋଇଥିବା ଜଣାପଡ଼ିଥିଲା, ଯାହା ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ତାଙ୍କ ଭାଇ ରଣଧିର କପୁରଙ୍କଠାରୁ ଜଣା ପଡ଼ିଥିଲା । ସେବେଠାରୁ ସେ କ୍ରମାଗତ ଭାବରେ କର୍କଟ ରୋଗରେ ଚିକିତ୍ସିତ ହେଉଥିଲେ । ଋଷି କପୁର ଆମେରିକାର କର୍କଟ ଡାକ୍ତରଖାନାରେ ୧୧ ମାସ ୧୧ ଦିନ ବିତାଇଲେ।

Latest Posts

Don't Miss