ଋଷିଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

2 min read

ଭୁବନେଶ୍ୱର: ଋଷି କପୁରଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି । ଏଦେଶ ଜଣେ ଏଭଳି ଅଭିନେତାଙ୍କୁ ହରାଇଛି ଯାହାଙ୍କର ସ୍ଥାନ ଅପୁରଣୀୟ । କେହି କେବେ ତାଙ୍କର ସ୍ଥାନକୁ ଅକ୍ତିଆର କରିପାରିବେ ନାହିଁ । ଯାହାପାଇଁ ସେ ଫିଲ୍ମ ଦୁନିଆରେ ଅମର ହୋଇ ରହିବେ । ସେପଟେ ଋଷିଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭାରତୀୟ ସିନେମା ଜଣେ ମହାନ୍‌ ଅଭିନେତାଙ୍କୁ ହରାଇଲା । ଅନେକ ଚଳଚ୍ଚିତ୍ରରେ ଅଭିନୟର ପଦଚିହ୍ନ ଛାଡ଼ିଯାଇଛନ୍ତି ଋଷି । ପରିବାରକୁ ସମବେଦନା ଜଣାଇଛନ୍ତି ନବୀନ ପଟ୍ଟନାୟକ ।

ଋଷିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଋଷି ପ୍ରତିଭାର ପାଓ୍ୱାର ହାଉସ୍‌ ଥିଲେ ବୋଲି ମୋଦି ଟ୍ୱିଟ୍‌ କରିଛନ୍ତି । ଭାରତୀୟ ସିନେମା ପାଇଁ ଦୁଃଖଦ ସପ୍ତାହ ବୋଲି କହିଛନ୍ତି  ରାହୁଲ ଗାନ୍ଧୀ ।

କାରଣ ଗତ କାଲି ଇର୍ଫାନ ଖାନଙ୍କ ଦେହାନ୍ତ ହୋଇଥିଲା ଆଉ ଆଜି ଋଷି କପୁରଙ୍କ ଦେହାନ୍ତ ହୋଇଛି । ଶରଦ ପାଓ୍ୱାର କହିଛନ୍ତି, ମହାନ୍‌ ଅଭିନେତାଙ୍କୁ ହରାଇଲା ଫିଲ୍ମ ଉଦ୍ୟୋଗ । ଋଷି କପୁରଙ୍କ ବିୟୋଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୋକ ପ୍ରକାଶ କରିଛନ୍ତି । ସେପଟେ ସ୍ତବ୍ଧ ହୋଇଛି ବଲିଉଡ୍‌ ।

ଋଷି କପୁରଙ୍କ ବିୟୋଗରେ ଗଭୀର ଦୁଃଖିତ ବୋଲି ବିଗ୍‌ ବି ଅମିତାଭ ବଚ୍ଚନ ଟ୍ୱିଟ୍‌ କରିଛନ୍ତି । ଋଷିଙ୍କ ଦେହାନ୍ତରେ ଗଭୀର ମର୍ମାହତ ବୋଲି ଟ୍ୱିଟ୍‌ କରିଛନ୍ତି ଅକ୍ଷୟ କୁମାର, ରିତେସ ଦେସମୁଖ, ଜନ ଆବ୍ରାହାମ । ସେପଟେ କପୁର ପରିବାରକୁ ସମବେଦନା ଜଣାଇଛନ୍ତି ଅନିଲ କୁମ୍ବଲେ ।

Leave a Reply