ଆଜି EDରେ ହାଜର ହୋଇପାରନ୍ତି ବଲିଉଡ ଅଭିନେତା ରଣବୀର କପୁର

ମୁମ୍ବାଇ : ମହାଦେବ ଅନଲାଇନ ବେଟିଂ ମାମଲା । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇପାରନ୍ତି ବଲିଉଡ ଅଭିନେତା ରଣବୀର କପୁର । ଅନଲାଇନ ବେଟିଂ ମାମଲାରେ ତାଙ୍କୁ ଆଜି ହାଜର ହେବାକୁ ନୋଟିସ ଜାରି କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।  ମାମଲାରେ ହାସ୍ୟ ଅଭିନେତା କପିଲ ଶର୍ମା, ଅଭିନେତ୍ରୀ ହୁମା କ୍ୟୁରେଶୀ, ଶ୍ରଦ୍ଧା କାପୁର ଏବଂ ହିନା ଖାନଙ୍କୁ ସମନ କରିଛି ଇଡି । ୧୪ରୁ ୧୫ ଜଣ ସେଲିବ୍ରିଟି ଏବଂ କଳାକାରଙ୍କ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନଜର ରହିଛି ଏବଂ ସେମାନଙ୍କୁ ଖୁବ୍ ଶୀଘ୍ର ସମନ୍ କରାଯିବ ବୋଲି ସୂଚନା ମିଳିଛି  । ସଂଯୁକ୍ତ ଆରବ ଏମିରେଟସରେ ଆପର ପ୍ରମୋଟରଙ୍କ ବିବାହ ଉତ୍ସବରେ ଯୋଗଦେଇ ସେଲିବ୍ରିଟିମାନେ ଇଡି ସ୍କାନରକୁ ଆସିଥିଲେ । ସେମାନେ ୟୁଏଇକୁ କାହିଁକି ଯାଇଥିଲେ, ମହାଦେବ ଅନଲାଇନ ବେଟିଂ ସଂସ୍ଥା ସହ ସେମାନଙ୍କର କଣ ସମ୍ପର୍କ ସେ ସମ୍ପର୍କରେ ତଦନ୍ତ କରୁଛି ଇଡି । ଗତ ମାସରେ ମହାଦେବ ଅନଲାଇନ ବେଟିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୪୧୭ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା । କମ୍ପାନୀର ପ୍ରମୋଟରମାନ ଛତିଶଗଡ଼ ଭିଲାଇର ହୋଇଥବାବେଳେ ବିଭିନ୍ନ ବେଆଇନ ବେଟିଂ ଓ୍ବେବସାଇଟ ଗୁଡିକର ପ୍ଲାଟଫର୍ମ ଭାବେ ତିଆରି ହୋଇଥିଲା ମହାଦେବ ବୁକ ଅନଲାଇନ ସଂସ୍ଥା ।When Ranbir Kapoor said he is absolutely against remakes | Bollywood -  Hindustan Times

ମହାଦେବ ଅନଲାଇନ୍ ବୁକ୍ ବେଟିଂ ଆପ୍ ଏକ ଅନଲାଇନ୍ ସିଣ୍ଡିକେଟ୍ ବୋଲି ଅଭିଯୋଗ ହୋଇଛି, ଯାହା ବେଆଇନ ବେଟିଂ ଓ୍ବେବସାଇଟ୍ଗୁଡ଼ିକୁ ନୂଆ ୟୁଜରଙ୍କ ତାଲିକାଭୁକ୍ତ କରିବା, ୟୁଜରଙ୍କ ଆଇଡି ତିଆରି କରିବା ଏବଂ ବେନାମୀ ବ୍ୟାଙ୍କ ଆକାଉଣ୍ଟର ଏକ ସ୍ତରୀକୃତ ଓ୍ବେବ ମାଧ୍ୟମରେ ବେଆଇନ କାରବାରକୁ ସକ୍ଷମ କରିବା ପାଇଁ ଏହି ଅନଲାଇନ୍ ପ୍ଲାଟଫର୍ମର ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି। ଏହି ଅନ ଲାଇନ ବେଟିଂରୁ ମିଳିଥିବା ଅର୍ଥକୁ ବଡ଼ ଧରଣର ହାଓ୍ୱଲା ଅପରେସନ କରାଯାଉଛି ବୋଲି ଇଡି କହିଛି।