ସାଉଥ ଇଣ୍ଡଷ୍ଟ୍ରୀରେ ନିଜର ଡେବ୍ୟୁ କରିବାକୁ ଏମିତି ରେଡ୍ଡୀ ହେଲେଣି କପୁର ଝିଅ

ମୁମ୍ବାଇ : ବଲିଉଡରେ ନିଜର ଜଲୱା ଦେଖାଇବା ପରେ ଏବେ ସାଉଥରେ ନିଜର ଲକ୍ ଦେଖାଇବାକୁ ପୂରା ରେଡି ହେଲେଣି ଦିବଂଗତ ଲେଜେଣ୍ଡ ଶ୍ରୀଦେବୀଙ୍କ ସୁକନ୍ୟା ଚୁଲବୁଲି ଅଭିନେତ୍ରୀ ଜାହ୍ନବୀ କପୁର । ସାଉଥ ଫିଲ୍ମରେ ନିଜର ଡେବ୍ୟୁ କରିବାକୁ ଯାଉଛନ୍ତି ଅଭିନେତ୍ରୀ ଜାହ୍ନବୀ କପୁର । ଆଜିକାଲି ବଲିଉଡର ଅନେକ ତାରକା ବଲିଉଡ ସହିତ ସାଉଥ ଇଣ୍ଡଷ୍ଟ୍ରୀରେ କାମ କରିବାକୁ ଇଛୁକ ଥିବା ଦେଖିବାକୁ ମିଳୁଛି । ଆଉ ବର୍ତ୍ତମାନ ଏହି ଲିଷ୍ଟରେ ଖୁବ ଶୀଘ୍ର ସାମିଲ ହେବାକୁ ଯାଉଛି ବଲିଉଡର ଏହି ଚୁଜବୁଲି ନାୟିକା ଜାହ୍ନବୀ କପୁରଙ୍କ ନାମ । ସୂଚନା ଅନୁସାରେ ସାଉଥ ସୁପରଷ୍ଟାର ଜୁନିୟର ଏନ୍‌ଟିଆର୍‌ଙ୍କ ସହ ଏଥର ସ୍କ୍ରିନ ସେୟାର କରିବେ ଜାହ୍ନବୀ । ଜଣାପଡିଛି ଯେ, ଜାହ୍ନବୀଙ୍କ ଏହି ଫିଲ୍ମର ସୁଟିଂ ଫେବୃଆରୀରେ ଆରମ୍ଭ ହୋଇଯିବ । ଏହା ସହିତ ସାଉଥ ସୁପରଷ୍ଟାର ଜୁନିୟର ଏନ୍‌ଟିଆର ଏବଂ ଜାହ୍ନବୀ କପୁରଙ୍କର ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି କୋରାଟାଲା ଶିବା । ଫିଲ୍ମଟି ୨୦୨୪ ସୁଦ୍ଧା ସିନେମାଘରରେ ମୁକ୍ତିଲାଭ କରିବ ବୋଲି କୁହାଯାଉଛି । ଏହାଛଡା ଫିଲ୍ମର କାହାଣୀ ସଂପର୍କରେ କୌଣସି ସୂଚନା ମିଳିପାରିନାହିଁ ।

ଏଠାରେ ବଲିଉଡ ଫିଲ୍ମ ସହ ସାଉଥ ଫିଲ୍ମର କ୍ରେଜ ମଧ୍ୟ ଦିନକୁ ଦିନକୁ ୧୦ ଗୁଣା ବଢିବାରେ ଲାଗିଛି । ଦର୍ଶକ ବର୍ତ୍ତମାନ ସାଉଥ୍ ଫିଲ୍ମ ଦେଖିବାକୁ ଖୁବ ପସନ୍ଦ କରୁଛନ୍ତି ।