ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବଲିଉଡ୍ ଅଭିନେତା ଗୋବିନ୍ଦା

ପୁରୀ: ପୁରୀରେ ବଲିଉଡ୍ ଅଭିନେତା ଗୋବିନ୍ଦା ।  ମଙ୍ଗଳବାର ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି । ମହାପ୍ରଭୁଙ୍କର ସେ ଜଣେ ପରମ ଭକ୍ତ । ପ୍ରଭୁଙ୍କ ଡାକରାରେ ହିଁ ସେ ପୁରୀ ଆସିବାର ସୌଭାଗ୍ୟ ପାଇଛନ୍ତି । କୋଭିଡ୍ ଦ୍ୱିତୀୟ ଲହରରେ କଟକଣା ଭିତରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଅତ୍ୟନ୍ତ ଶୃଙ୍ଖଳିତ ହୋଇଥିବା ସେ କହିଛନ୍ତି ।

ଏକଦା ଜୀବନରେ ଜଟିଳ ପରିସ୍ଥିତି ଦେଇ ଗତି କରୁଥିବା ଗୋବିନ୍ଦା ମହାପ୍ରଭୁଙ୍କ ଦର୍ଶନ କରିବା ପରେ ସେ ସବୁ ଅସୁବିଧା ଅନେକାଂଶରେ ଦୂର ହୋଇଥିଲା । ପୁଣିଥରେ ସ୍ୱାଭାବିକ ଅବସ୍ଥା ଫେରିଆସିଥିଲା । ଏବେ ମଧ୍ୟ ତାଙ୍କ ଜୀବନ ଶାନ୍ତି ଓ ଖୁସିମୟ ହେବ ବୋଲି ଦର୍ଶନ ପରେ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ପ୍ରତିକ୍ରିୟାରେ କହିଛନ୍ତି ।

ଚତୁର୍ଦ୍ଧାବିଗ୍ରହଙ୍କ ସହ ମା’ ବିମଳା, ମା’ ମହାଲକ୍ଷ୍ମୀ ଓ ପାର୍ଶ୍ୱଦେବାଦେବୀଙ୍କୁ ଦର୍ଶନ କରିଛନ୍ତି । ତାଙ୍କ ସହ ଭିତରଚ୍ଛ ମଧୁସୂଦନ ମହାପାତ୍ର, ବରିଷ୍ଠ ସେବାୟତ ମହାବୀର ପ୍ରତିହାରୀ ଓ ଶ୍ୟାମସୁନ୍ଦର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀମନ୍ଦିରରେ ଗୋବିନ୍ଦା ୩୦ ମିନିଟରୁ ଅଧିକ ସମୟ ରହିଥିବା ବେଳେ ସିଂହଦ୍ଵାର ଦେଇ ପ୍ରବେଶ ଓ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିଥିଲେ ।

ଗତ ମାର୍ଚ୍ଚ ମାସରେ ମଧ୍ୟ ସପତ୍ନୀଙ୍କ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ ଗୋବିନ୍ଦା । ଭିତରଚ୍ଛ ମହାପାତ୍ର ଭବାନୀ ମହାପାତ୍ର ଗୋବିନ୍ଦାଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇଛନ୍ତି ।

Leave a Reply