ବଲିଉଡର ଏହି ଚର୍ଚ୍ଚିତ ଅଭିନେତାଙ୍କ ବାପା କରୋନା ପଜିଟିଭ୍…ବଙ୍ଗଳା ସିଲ୍
1 min readମୁମ୍ବାଇ: ବ୍ରିହନମୁମ୍ବାଇ ନଗର ନିଗମ ଅଭିନେତା ଫ୍ରେଡି ଦାରୂୱାଲାଙ୍କ ବଙ୍ଗଳା ସିଲ୍ କରିଛି । କାରଣ ଫ୍ରେଡିଙ୍କ ବାପା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୦୧୪ ମସିହାରେ ଅକ୍ଷୟ କୁମାର ଅଭିନୀତ ଫିଲ୍ମ ‘ହଲିଡେ: ଏ ସୋଲଜର ଇଜ୍ ନେଭର ଅଫଡ୍ୟୁଟି’ ରେ ଖଳନାୟକ ଭୂମିକାରେ ଅଭିନୟ କରି ଫ୍ରେଡି ଖୁବ ଲୋକପ୍ରିୟତା ହାସଲ କରିଥିଲେ । ତେବେ ଫ୍ରେଡିଙ୍କ ବାପାଙ୍କ ଟେଷ୍ଟ ହବା ପୂର୍ବରୁ ତାଙ୍କ ଶରୀରରେ କିଛି ଲକ୍ଷଣ ଦେଖିବାକୁ ମିଳିଥିଲା । ତାଙ୍କୁ ଜ୍ୱର, ଥଣ୍ଡା ହେବା ସହ ଶରୀରେ ଯନ୍ତ୍ରଣା ହେଉଥିଲା ।
ଫ୍ରେଡିଙ୍କ ବାପାଙ୍କୁ ୬୭ ବର୍ଷ ବୟସ । ତାଙ୍କୁ ଏବେ ହୋମ୍ ଆଇସୋଲେଶନରେ ରଖାଯାଇଛି । ପ୍ରଥମେ ପରିବାର ଲୋକେ ଜ୍ୱର ଓ ଥଣ୍ଡାକୁ ସାମାନ୍ୟ ଭାବିଥିଲେ । ହେଲେ ୩-୪ ଦିନ ପରେ ଟେଷ୍ଟ କରାଇବା ପରେ ସେ କରୋନା ସଂକ୍ରମିତ ବୋଲି ଜଣାପଡିଲା । ଡାକ୍ତର ତାଙ୍କୁ ଘରେ ଆଇସୋଲେଶନରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ବିଏମସି ଦାରୂୱାଲାଙ୍କ ବଙ୍ଗଳା ବାହାରେ କ୍ୱାରେଣ୍ଟାଇନ୍ର ବୋର୍ଡ ଲାଗିଛି । ତାଙ୍କ ବଙ୍ଗଳା ସିଲ୍ କରିବା ପୂର୍ବରୁ ସେହି ସ୍ଥାନକୁ ସାନିଟାଇଜ୍ କରାଯାଇଥିଲା । ଫ୍ରେଡିଙ୍କ କହିବା ଅନୁସାରେ ତାଙ୍କ ବାପା ହୋମ୍ ଆଇସୋଲେଶନରେ ରହିଲେ ତାଙ୍କୁ କୌଣସି ଅସୁବିଧା ନାହିଁ । କାରଣ ତାଙ୍କ ବଙ୍ଗଳାରେ ଅନେକ ରୁମ୍ ରହିଛି । ଫ୍ରେଡି କେବଳ ନିଜ ୧୫ ମାସର ପୁଅକୁ ନେଇ ଚିନ୍ତିତ ଅଛନ୍ତି ।