କରୋନାରେ ଅଭିନେତା ବିକ୍ରମଜିତ୍ କନୱାରପାଲଙ୍କର ମୃତ୍ୟୁ
 
        ମୁମ୍ବାଇ: ପ୍ରତିଦିନ କରୋନା ସଂକ୍ରମଣ ମାମଲା ବଢ଼ି ବଢ଼ି ଏବେ ୪ ଲକ୍ଷ ପାର୍ କରିଛି। କରୋନାର ଯୋଗୁ ଅନେକ ଲୋକ ପ୍ରାଣ ମଧ୍ୟ ହରାଉଛନ୍ତି। ଗତ 24 ଘଣ୍ଟାରେ ଦେଶରେ ୩ ହଜାର ୫୨୩ ଜଣଙ୍କର କରୋନା ଯୋଗୁ ମୃତ୍ୟୁ ହୋଇଛି। ଏହାରି ଭିତରେ ସିନେମା ଜଗତରୁ ଆଉ ଏକ ଦୁଃଖଦ ଖବର ଆସିଛି। ବଲିଉଡ ଓ ଟେଲିଭିଜନର ଲୋକପ୍ରିୟ ଅଭିନେତା ତଥା ଅବସରପ୍ରାପ୍ତ ସେନାଅଧିକାରୀ ବିକ୍ରମଜିତ୍ କନୱାରପାଲଙ୍କର 52ବର୍ଷରେ କରୋନା ଯୋଗୁ ମୃତ୍ୟୁ ହୋଇଛି। ଗତ କିଛ ଦିନ ହେବ ସେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ।
ବିକ୍ରମଜିତ୍ ଅନେକ ଟିଭି ସିରିଏଲ ଏବଂ ହିଟ୍ ଫିଲ୍ମରେ ସପୋର୍ଟିଂ ରୋଲରେ କାମ କରିଛନ୍ତି। ଫିଲ୍ମ ନିର୍ଦ୍ଦେଶକ ତଥା ନିର୍ମାତା ଅଶୋକ ପଣ୍ଡିତ ଟ୍ୱିଟ୍ କରି ଏହି ଦୁଃଖଦ ଖବର ବିଷୟରେ ସୂଚନା ଦେଇଛନ୍ତି।
https://twitter.com/ashokepandit/status/1388328529318666247?s=20
ଅଶୋକ ପଣ୍ଡିତ ତାଙ୍କ ଟ୍ୱିଟରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଲେଖିଛନ୍ତି, ‘କୋଭିଡ କାରଣରୁ ମେଜର ବିକ୍ରମଜିତ୍ କନୱାରପାଲଙ୍କ ମୃତ୍ୟୁ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ସେ ଅନେକ ଚଳଚ୍ଚିତ୍ର ଏବଂ ଟିଭି ସିରିଏଲରେ କାମ କରୁଥିବା ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ। ତାଙ୍କ ପରିବାର ପ୍ରତି ମୋର ସମବେଦନା ଓମ୍ ଶାନ୍ତି। ‘
ବିକ୍ରମଜିତ୍ କନୱାରପାଲଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ଅନେକ ଟେଲିଭିଜନ ଏବଂ ବଲିଉଡ ଅଭିନେତା, ନିର୍ମାତା ଓ ନିର୍ଦ୍ଦେଶକ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି।
ବିକ୍ରମଜିତ୍ କନୱାରପାଲ ହିମାଚଳ ପ୍ରଦେଶର ଜଣେ ସେନା ଅଧିକାରୀଙ୍କ ଘରେ ଜନ୍ମ ହୋଇଥିଲେ। ଭାରତୀୟ ସେନାବାହିନୀରୁ ଅବସର ନେବା ପରେ ବିକ୍ରମଜିତ୍ 2003ରେ ଅଭିନୟ କରିବା ଆରମ୍ଭ କରିଥିଲେ। ସେ ଫିଲ୍ମ ‘ପେଜ୍ 3’, ‘ରକେଟ୍ ସିଂ; ସେଲ୍ସମ୍ୟାନ୍ ଅଫ୍ ଦି ଇୟର’, ‘ଆରକ୍ଷଣ’, ମର୍ଡର ୨’, ‘ଟୁ ଷ୍ଟେଟ୍ସ’ ଏବଂ ‘ଦ ଗାଜି ଆଟାକ୍’ ଭଳି ଅନେକ ସୁପରହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି। ଏଥିସହ ସେ ‘ଦିୟା ଅର ବାତି ହମ’, ‘ୟେ ହେ ଚାହାତେ’, ‘ଦିଲ ହି ତୋ ହୈ’ ଏବଂ ‘ଅନିଲ କପୁର 24’ ଭଳି ଲୋକପ୍ରି ଟିଭି ସିରୟଲରେ ମଧ୍ୟ କରିଛନ୍ତି।

 
                 
                 
                 
                 
                 
                