ଚକ ଫାଟିବାରୁ ଓଲଟିପଡ଼ିଲା ବୋଲେରୋ, ଦୁର୍ଘଟଣାରେ ୧୬ଜଣ ଗୁରୁତର

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବେତଡା ଠାରେ ଓଲଟିପଡିଲା ବୋଲେରୋ । ବୋଲେରୋର ଆଗ ଚକ ଫାଟିବାରୁ ଗାଡିଟି ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୧୬ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ରେଫର କରାଯାଇଛି । ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ଜିଲ୍ଲା ହସ୍ପିଟାଲ ଓ କଟକ ରେଫର କରାଯାଇଛି ।
ସୂଚନା ଅନୁଯାୟୀ, ଗତ ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ାରୁ ବିବାହ ଭୋଜିଖାଇ ଚୂଡ଼ାମଣୀ ଫେରୁଥିବା ବାଟରେ ଓଲଟିପଡ଼ିଥିଲା ଗାଡ଼ି । ଗାଡ଼ିଟି ଦୃତ ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାର ଡିଭାଇଡରରେ ପିଟିହୋଇ ଦୁଇ ପାଲଟା ଖାଇ ଓଲଟି ପଡ଼ିଥିଲା । ଶବ୍ଦ ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ଗାଡ଼ି ଭିତରେ ଚାପି ହୋଇରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ଓଲଟିପଡ଼ିଥିବା ଗାଡ଼ି ଭିତରେ ଫସି ରହିଥିବା ଶିଶୁକୁ ଲୋକେ ଗାଡ଼ିକୁ ଟେକି ଉଦ୍ଧାର କରିଥିଲେ। ଏହାପରେ ଆମ୍ଵୁଲାନ୍ସ ଡାକି ହସ୍ପିଟାଲ ପଠାଇଲେ ସ୍ଥାନୀୟ ଲୋକେ ।