ଚାଲାଣ କାଟିବାକୁ ବାଉଳା, ବୋଲେରୋକୁ ହେଲମେଟ୍ ପାଇଁ ଜରିମାନା

1 min read

ଭୁବନେଶ୍ୱର: ଦୁର୍ଘଟଣା ରୋକିବାକୁ ମୋଟର ଯାନ ଆଇନକୁ କଡ଼ାକଡ଼ା କରାଯାଇଛି । ବିଭିନ୍ନ ସ୍ଥାନରେ ଆରଟିଓ ଓ ଟ୍ରାଫିକ୍ ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଛି । ହେଲମେଟ୍ ନପିନ୍ଧି ଗାଡ଼ି ଚଳାଇବା, ଫୋନରେ କଥା ହୋଇ ଗାଡ଼ି ଚଳାଇବା, ସିଟ୍ ବେଲ୍ଟ ନବାନ୍ଧିବା, ଦ୍ରୁତଗତିରେ ଗାଡ଼ି ଚାଳନା ଆଦି ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଅନଲାଇନରେ ଚାଲାଣ କଟାଯାଉଛି ।

Bolero Fined 1k For Driving Without Helmet In Khordha

ତେବେ ଖୋର୍ଦ୍ଧା ଟ୍ରାଫିକ୍ ପୋଲିସ କାଟିଥିବା ଏକ ଚାଲାଣକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଖୋର୍ଦ୍ଧା ଟ୍ରାଫିକ ପୋଲିସ ଏକ ବୋଲେରୋ (OD21 4999)କୁ ହେଲମେଟ୍ ଚାଲାଣ କାଟିଛି । ୧୪ ଏପ୍ରିଲ୍ ୨୦୨୧ରେ ଚାଲାଣ କଟାଯାଇଥିବା ବେଳେ ଚାଲାଣ ନମ୍ବର ହେଉଛି- OR65944210414180213 । ଯେଉଥିରେ ସ୍ପଷ୍ଟ ଭାବରେ ଲେଖାଯାଇଛି ବିନା ହେଲମେଟରେ ଗାଡ଼ି ଚାଳନା ପାଇଁ ୧୯୪(ଡି) ଅନୁସାରେ ୧ ହଜାର ଟଙ୍କା ଚାଲାଣ କଟାଯାଇଛି ।

Bolero Fined 1k For Driving Without Helmet In Khordha

ପ୍ରଶ୍ନ ଉଠୁଛି ବୋଲେରୋକୁ ହେଲମେଟ୍ ପାଇଁ ଚାଲାଣ କାଟିଥିବା ସରକାରୀ ଅଧିକାରୀ ବ୍ରହ୍ମାନନ୍ଦ ସ୍ୱାଇଁ ଜାଣିପାରିଲେନି କେମିତି ? ଚାଲାଣ କାଟିବା ବେଳେ ଅଧିକାରୀ ଜଣଙ୍କ ଗାଡ଼ିର ନମ୍ବର ପ୍ଲେଟକୁ ଭଲ ଭାବେ ଦେଖିଥିଲେ ତ ? ନା କୌଣସି ବାଇକ୍ ଆରୋହୀ ବୋଲେରୋ ନମ୍ବର ପ୍ଲେଟରେ ଗାଡ଼ି ଚଳାଉଥିଲେ । ଏନେଇ ଚାଲାଣ କାଟିଥିବା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ତେବେ, ଭୁଲ୍ ଜଣାପଡ଼ିବା ପରେ କଟାଯାଇଥିବା ଚାଲାଣକୁ ବିଭାଗ ୱେବସାଇଟରୁ ହଟାଇ ଦେଇଛି ।

Leave a Reply