ଗୁଣି ଗାରେଡ଼ିକୁ କେନ୍ଦ୍ରକରି ୨ ପରିବାର ମୁହାଁମୁହିଁ : ଜଣେ ମୃତ

ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀରରେ ଗୁଣି ଗାରେଡ଼ିକୁ କେନ୍ଦ୍ରକରି ୨ ପରିବାର ମୁହାଁମୁହିଁ ହୋଇଛନ୍ତି । ଏଥରେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି  । ତୁଷୁରା ଥାନା ଆଠଗାଁରେ ଘଟିଛି ଏଭଳି ଆଭାବନୀୟ ଘଟଣା । ମୃତକ ଜଣକ ହେଲେ ଶ୍ୟାମ ବାଗ । ଗୁରୁତର ମାନଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ପଠାଇଛି ପୋଲିସ । ଘଟଣାସ୍ଥଳରେ  ଛାନଭିନ ଆରମ୍ଭ କରିଛି ତୁଷୁରା ପୋଲିସ । ଗୁଣି ଗାରେଡ଼ି ସନ୍ଦେହରେ  ଘଟିଛି ଏଭଳି ଅଘଟଣ।