ଭୂତକୋଠି ପାଲଟିଛି ଅନୁସୂଚିତ ଜନଜାତି ଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ଛାତ୍ରାବାସ

ନନ୍ଦିଘୋଷ ବ୍ୟୁରୋ: ଭୂତକୋଠି ପାଲଟିଛି ଅନୁସୂଚିତ ଜନଜାତି ଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ଛାତ୍ରାବାସ । କାର୍ଯ୍ୟକ୍ଷମ ପାଇଁ ବାରମ୍ବାର ଆନ୍ଦୋଳନ କଲେ ବି କୌଣସି ସୁଫଳ ମିଳୁନଥିବା ଅଭିଯୋଗ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚାନ୍ଦୋତରା ଗାଁରେ ୧୯୯୦ ମସିହାରେ ଏକ ଉଚ୍ଚ ବିଦ୍ୟାଳୟ ଆରମ୍ଭ ହୋଇଥିଲା । ଅନୁସୂଚିତ ଜନଜାତି ବହୁଳ ଅଞ୍ଚଳ ହୋଇଥିବାରୁ ଏଠାକାର ଛାତ୍ରମାନଙ୍କ ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ନିର୍ମାଣ ହୋଇଥିଲା । ହେଲେ କାର୍ଯ୍ୟକ୍ଷମ ନହୋଇ ସେହିଭଳି ପଡିରହିଲା । ୨୦୧୯ରୁ ଗାଁରେ ଥିବା ସେହି ହାଇ ସ୍କୁଲଟି ଏବେ ବନ୍ଦ ହୋଇଯାଇଛି । ଫଳରେ ପିଲାମାନେ ନିକଟସ୍ଥ ବିଦ୍ୟାଳୟକୁ ପାଠ ପଢିବାକୁ ଯାଉଛନ୍ତି । ଏନେଇ ବାରମ୍ବାର ଆନ୍ଦୋଳନ ପରେ ବି କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ସେପଟେ ବିଇଓ କହିଛନ୍ତି ଏସମ୍ପର୍କରେ ଡିଇଓ ସରକାରଙ୍କୁ ଜଣାଇଛନ୍ତି । ଗାଁରେ ଉଚ୍ଚ ବିଦ୍ୟାଳୟ ନିର୍ମାଣ ହେଲେ ଛାତ୍ର ନିବାସ କାର୍ଯ୍ୟକ୍ଷମ ହେବ ।