କେବିଏନ୍ ଓ ପବ୍ଲିକ ଷଣ୍ଢ ଗ୍ରୁପ ପରେ ଏବେ ବାହାରିଲା ବଲାଙ୍ଗୀରର କିଙ୍ଗ୍ ଗ୍ରୁପ
1 min read
ବଲାଙ୍ଗୀର: ଭୁବନେଶ୍ବରର କେବିଏନ୍ ଓ କଟକର ପବ୍ଲିକ ଷଣ୍ଢ ଗ୍ରୁପ ଭିଡିଓ ଭାଇରାଲ ପରେ ଏବେ ବଲାଙ୍ଗୀରରେ କିଙ୍ଗ୍ ଗ୍ରୁପର ଭାଇଗିରି ଭିଡିଓ ଭାଇରାଲ ହେଉଛି । କିଙ୍ଗ୍ ଗ୍ରୁପ୍ ବନ୍ଧୁକ, ଖଣ୍ଡା, ଭୁଜାଲି ସହ ଅନ୍ୟ ମାରଣାସ୍ତ୍ର ଧରି ଅଶ୍ଳୀଳ ଭାଷାରେ ଭିଡିଓ ଛାଡିଛି । ୮ରୁ ୧୦ଜଣ ଯୁବକ ମାରଣାସ୍ତ୍ର ଧରି ସୋସିଆଲ ମିଡିଆରେ ଫଟୋ ଛାଡିଛନ୍ତି । କିଙ୍ଗ୍ ଗ୍ରୁପର ଉତ୍ପାତ ଦେଖି ଲୋକ ଭୟଭୀତ ହେଉଛନ୍ତି।
ବଲାଙ୍ଗୀର ସହର ସମେତ ପୁଇଁତଲା ଓ ଲୋଇସିଂହା ଅଞ୍ଚଳରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଏମାନେ ଭାଇଗିରି ଦେଖାଉଛନ୍ତି, ଯାହାର କିଛି ଭିଡିଓ ଓ ଫଟୋ ଭାଇରାଲ ହେବାରେ ଲାଗିଛି। KBN ଗ୍ରୁପ ବିରୋଧରେ ଭୁବନେଶ୍ୱର ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ବଲାଙ୍ଗୀର ପୋଲିସ ସବୁ ଜାଣି ଚୁପ ରହିଥିବା ନେଇ ସହରରେ ଚର୍ଚ୍ଚା ହେଉଛି।