୨ ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ ମାମଲା, ଦୋଷୀକୁ ୪୦ ବର୍ଷ ଜେଲ୍ ସହ ଲକ୍ଷେ ଟଙ୍କା ଜରିମାନା

ଭୁବନେଶ୍ୱର: ଦୁଷ୍କର୍ମକାରୀକୁ ୪୦ ବର୍ଷ କାରାଦଣ୍ଡ ସହ ଲକ୍ଷେ ଟଙ୍କା ଜରିମାନା । ବଲାଙ୍ଗିରର ୨ ନାବାଳିକା ସମ୍ପର୍କୀୟ ଭଉଣୀର ଦୁଷ୍କର୍ମକାରୀଙ୍କୁ ବଲାଙ୍ଗିର ଫାଷ୍ଟ ଟ୍ରାକ୍ କୋର୍ଟ ଦୋଷୀ ସାବ୍ୟସ୍ତ କରି ୪୦ ବର୍ଷର ସଜା ଶୁଣାଇଛନ୍ତି । ଏଥିସହ ଏକ ଲକ୍ଷ ଟଙ୍କା ଜରିମାନା କରିଛନ୍ତି । ଗତ ୨୦୧୬ ମସିହାରେ ବଲାଙ୍ଗିରର ଦୁଇ ନାବାଳିକା ଭଉଣୀକୁ ତାଙ୍କର ମାଉସୀ ପୁଅ ଭାଇ ସୋନପୁର ଜିଲ୍ଲା ତରଭାର ସୁମିତ ମଲ୍ଲିକ ନିୟମିତ ଭାବରେ ବାରମ୍ବାର ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା ।

Bolangir Fast Track Court Rape Accused 40 Years Jail

ବଲାଙ୍ଗିର ଟାଉନ୍ ଥାନାରେ ଏନେଇ ଅଭିଯୋଗ ହେବା ପରେ ପୋଲିସ୍ ୧୮/ ୨୦୧୬ରେ ମାମଲା ରୁଜୁ କରି ଅଭିଯୁକ୍ତ ସୁମିତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାର ଶୁଣାଣି ବଲାଙ୍ଗିର ଫାଷ୍ଟଟ୍ରାକ କୋର୍ଟରେ ହୋଇଥିଲା । କୋର୍ଟର ସ୍ଵତନ୍ତ୍ର ବିଚାରପତି ବିରଞ୍ଚି ନାରାୟଣ ମିଶ୍ର ଗତ ୨୭ ତାରିଖରେ ମାମଲାର ଫଇସଲା ଶୁଣାଇଛନ୍ତି ।

Bolangir Fast Track Court Rape Accused 40 Years Jail

ଯେଉଁଥିରେ ଦୁଇ ନାବାଳିକା ସମ୍ପର୍କୀୟ ଭଉଣୀକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ମାମଲାରେ କୋଡ଼ିଏ କୋଡ଼ିଏ ବର୍ଷ ଲେଖାଏଁ ସଜା ଶୁଣାଇଛନ୍ତି କୋର୍ଟ । ସେହିପରି ଦୋଷୀ ଉପରେ ଦୁଇ ମାମଲାରେ ୫୦ ହଜାର ଟଙ୍କା ଲେଖାଏଁ ମୋଟ ଏକ ଲକ୍ଷ ଟଙ୍କା ଜରିମାନା କରିଛନ୍ତି ।

Leave a Reply