ବଲାଙ୍ଗୀର ଜିଲ୍ଲାରେ ଶିଶୁ ବିକ୍ରି ଘଟଣା,ଟାଉନ ଥାନାରେ CWC ସଦସ୍ୟଙ୍କ ଏତଲା

ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲାରରେ ଶିଶୁ ବିକ୍ରି ଘଟଣାରେ ଟାଉନ ଥାନାରେ ସିଡବ୍ଲୁସି ସଦସ୍ୟଙ୍କ ଏତଲା । ଶିଶୁର ମା’ ପିଙ୍କି ଦାସ ଶିଶୁକୁ କିଣିଥବା ଟିଟିଲାଗଡ଼ କୁନି ପଶାୟତ, ଶୋଭାକର ପଶାୟତ ଓ ଭାଗ୍ୟ ବାରିକ ନାଁରେ ଏତଲା ଦେଇଛି ସିଡବ୍ଲୁସି । ଦାରିଦ୍ର୍ୟ ଯୋଗୁଁ ଶିଶୁକୁ ବିକ୍ରୀ କରିଥିବା ନେଇ ଏତଲାରେ ଉଲ୍ଲେଖ ରହିଛି । ବଲାଙ୍ଗୀର ଜିଲ୍ଲାରେ ମାଳପଡ଼ା ମେଟାକାନୀ ମନ୍ଦିର ଛକ ନିକଟରେ ରହୁଥିବା ଜଣେ ମହିଳା ଦାରିଦ୍ର୍ୟ ଯୋଗୁଁ ନିଜର ନବଜାତ ଶିଶୁକୁ ୨୦ ହଜାର ଟଙ୍କାରେ ବିକ୍ରୀ କରିଥିଲେ । ମେଡିକାଲରେ ଟଙ୍କା ଡିଲ ହୋଇଥିଲା । ଅଗ୍ରୀମ ୫ ହଜାର ଟଙ୍କା ଫୋନ ପେ’ରେ ଦେଇ ନବଜାତ ଶିଶୁକୁ କିଣିନେଇଥିଲେ ଟିଟିଲାଗଡ଼ର କୁନି ପଶାୟତ । ଘଟଣା ପ୍ରଘଟ ପରେ ସିଡବ୍ଲୁସି ସଦସ୍ୟ ଏସ୍. ଲତାଶ୍ରୀ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ବେଳେ ଦାରିଦ୍ର୍ୟ ଯୋଗୁଁ ମହିଳା ଜଣଙ୍କ ଶିଶୁବିକ୍ରି କରିଥିବା ମହିଳା ବିକ୍ରି କରିଥିବା ଜଣାପଡ଼ିଥିଲା । ପରେ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରାଙ୍କ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସଦସ୍ୟ ଓ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।
ଶିଶୁକୁ ଟିଟିଲାଗଡ଼ ପୋଲିସ ସଇଁତଳା ଭଦ୍ରା ଗାଁରୁ ଉଦ୍ଧାର କରି ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଛି । ଶିଶୁକୁ କିଣିଥିବା ମହିଳା ନାଁରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ତାଙ୍କୁ ଛାଡ଼ି ଦେଇଥିଲା । ଯାହାକୁ ନେଇ ସିଡବ୍ଲୁସି ସଦସ୍ୟ ଜିଲ୍ଲା ପ୍ରଶାସନ ମୁହାମୁହିଁ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ଘଟଣାକୁ ଚପାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ଆଣିଛନ୍ତି ସିଡବ୍ଲୁସି ସଦସ୍ୟ ଏସ. ଲତାଶ୍ରୀ ଟାଉନ୍ ଥାନାରେ ଏତଲା ଦେଇଛନ୍ତି ।