ବାଇକ୍ ନମ୍ବର ପ୍ଲେଟରେ ଲେଖାଥିଲା ‘କହିଦେବ ପାଲ୍ ସାହେବ ଆସିଥିଲେ’, ପୁଣି କ’ଣ ହେଲା…

1 min read
Bol Dena Pal Sahab Aaye The Bike Number Plate Auraiya

ଲକ୍ଷ୍ନୌ: ଗାଡ଼ିର ନମ୍ବର ପ୍ଲେଟରେ ସାଧରଣତଃ ରେଜିଷ୍ଟ୍ରେସନ୍ ନମ୍ବର ଲେଖାଥାଏ । ଆଉ କେହି କେହି କୌଣସି ଦେବାଦେବୀଙ୍କ ନାଁ ଲେଖିଥାନ୍ତି । କିନ୍ତୁ ଉତ୍ତରପ୍ରଦେଶର ଔରିୟାରେ ପୋଲିସ ଏକ ବାଇକ୍ ସହ ତିନିଜଣ ଯୁବକଙ୍କୁ ଧରିଛି । ଆଉ ଏହି ଯୁବକ ମାନେ ବାଇକର ନମ୍ବର ପ୍ଲେଟକୁ ଗେରୁଆ ରଙ୍ଗ ବୋଳି କଳା ରଙ୍ଗରେ ଲେଖିଥିଲେ, ‘କହିଦେବ ପାଲ୍ ସାହେବ ଆସିଥିଲେ’ ।

ପୋଲିସ ତିନିଜଣ ଯୁବକଙ୍କୁ ଗିରଫ କରିଛି । ତିନିଜଣ ଯୁବକ କାନପୁର ଦେହାତର ହୋଇଥିବା ବେଳେ ଔରିୟା ସ୍ଥିତ ସାଇ ମନ୍ଦିରକୁ ଦର୍ଶନ ପାଇଁ ବାଇକରେ ଯାଇଥିଲେ । କାନପୁର-ହଟୱା ୧୯ ନମ୍ବର ଜାତୀୟ ରାଜପଥରେ ଯାଞ୍ଚ କରୁଥିବା ପୋଲିସ ନଜରରେ ପଡ଼ିଥିଲା ଏହି ବାଇକ୍ । ପୋଲିସ ବାଇକ୍ ସହ ତିନିଜଣ ଯୁବକଙ୍କୁ ଧରି ପଚରାଉଚରା କରିଥିଲା । କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ ଗିରଫ କରିଛି ।

ଏନେଇ ଖୋଦ୍ ସ୍ଥାନୀୟ ଏସପି ଟ୍ୱିଟ୍ କରିଛନ୍ତି । ତିନି ଜଣ ଯୁବକଙ୍କ ନାଁ ଅନୁଜ ପାଲ, ଶୁଭମ ପାଲ ଓ ଅଙ୍କିତ ପାଲ ବୋଲି ଜଣାପଡ଼ିଛି । ‘କହିଦେବ ପାଲ୍ ସାହେବ ଆସିଥିଲେ’ ଏଭଳି ଲେଖା ସେମାନେ ଭୁଲବଶତଃ ଲେଖିଥିବା ପୋଲିସକୁ କହିଛନ୍ତି ।