ଚଳିତ ବର୍ଷ ବି କାଉଡ଼ିଆଙ୍କୁ ବୋଲବମ୍ ମନା, କୋଭିଡ ପାଇଁ ରୋକ୍ ଲଗାଇଲେ ସରକାର

1 min read

ଭୁବନେଶ୍ୱର: ଚଳିତ ବର୍ଷ ବି କାଉଡ଼ିଆଙ୍କୁ ବୋଲବମ୍ ମନା । କରୋନା କଟକଣା ପାଇଁ ରୋକ୍ ଲଗାଇଲେ ସରକାର । ବୋଲବମ୍ ନଯିବାକୁ SRCଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଶ୍ରାବଣ ମାସରେ ବିଭିନ୍ନ ଶୈବପୀଠକୁ କାଉଡିଆ ମାନେ ବୋଲବମ୍‌ ଯାତ୍ରା କରିଥାନ୍ତି । କିନ୍ତୁ କରୋନା କଟକଣା ପାଇଁ ଗତବର୍ଷ ଭଳି ଏବର୍ଷ ବି ଏଭଳି ସମାଗମକୁ ମନା କରାଯାଇଛି ।

କୋଭିଡର ପ୍ରଥମ ଲହର ବେଳେ ସରକାର କଟକଣା ଲଗାଇଥିଲେ  । ଦ୍ୱିତୀୟ ଲହର ଅନ୍ତିମ ପର୍ଯ୍ୟାୟ ଏବଂ ତୃତୀୟ ଲହର ଆସୁଥିବାବେଳେ ସରକାର ପୁନର୍ବାର କଟକଣା ଲଗାଇବାକୁ ନିଷ୍ପତି ନେଇଛନ୍ତି  । ଚଳିତବର୍ଷ ରଥଯାତ୍ରାକୁ କଟକଣା ଭିତରେ ସରକାର ସମାପନ କରିବାକୁ ନିଷ୍ପତି ନେଇଛନ୍ତି  । ଯେଉଁଥିପାଇଁ ଗୁଣ୍ଡିଚାଯାତ୍ରାରେ ପୁରୀ ବାସୀଙ୍କୁ ମଧ୍ୟ ଦର୍ଶନରୁ ବାଦ ଦିଆଯାଇଛି  ।

ତେଣୁ ଏଭଳି ସ୍ଥିତିରେ ବୋଲବମକୁ ଅନୁମତି ଦେଲେ ସଂକ୍ରମଣ ବଢିବାର ଆଶଙ୍କା ରଖିଛନ୍ତି ସରକାର  । ଯେଉଁଥିପାଇଁ ଚଳିତବର୍ଷର କଟକଣା ଉପରେ ରୋକ ଲଗାଯାଇଛି  । କୌଣସି ମଧ୍ୟ ଶୈବ ପୀଠରେ ଜଳଲାଗି ହେବ ନାହିଁ କିମ୍ବା କାଉଡ଼ିଆ ମାନେ କୌଣସି ଶୈବ ପୀଠକୁ ଜଳଲାଗି ପାଇଁ ଅନୁମତି ପାଇବେ ନାହିଁ ବୋଲି  ସ୍ପଷ୍ଟ ଭାବେ କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର  ।

Leave a Reply