ଗଜପତିରେ ଚାଞ୍ଚଲ୍ୟ, ମୁଣ୍ଡବିହୀନ ମୃତଦେହ ଉଦ୍ଧାର

1 min read

ମୋହନା: ପୁଣି ସନ୍ଦେହ ନେଇଛି ଜୀବନ । ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ବୀଭତ୍ସ ଭାବେ ହତ୍ୟା କରି ମୁଣ୍ଡ କାଟି ନେଇଛନ୍ତି ଦୁର୍ବୃତ୍ତ । ମଙ୍ଗଳବାର ସନ୍ଧ୍ୟାରେ ମେରାମା ସୈରାସାହିରେ ନିର୍ମମ ହତ୍ୟାକାଣ୍ଡ ଘଟିଛି । ଚେରମୂଳି ବୈଦ୍ୟ ଭାବେ କାମ କରୁଥିବା ଭାଲିଆସାହିର ଦାସ ମଳିକଙ୍କୁ ଦୁର୍ବୃତ୍ତ ହତ୍ୟା କରି ମୁଣ୍ଡକାଟି ନେଇ ଫେରାର୍ ହୋଇଯାଇଛନ୍ତି । ଏହି ଘଟଣା ସମଗ୍ର ଗଜପତି ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ମେରାମା ଗାଁ ସୈରାସାହି କୁଲଡିରାଇପଦରରୁ ଦାସ ମଳିକଙ୍କର ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହୋଇଛି । ବାପାଙ୍କୁ ଗୁଣିଆ ସନ୍ଦେହରେ ବେଣିପଦର ଗାଁର ସାନୁଜ ଓ ସୁରଜ ମଳିକ ହତ୍ୟା କରିଥିବା ମୋହନା ଥାନାରେ ମଝିଆ ପୁଅ ଅଭିଯୋଗ କରିଛନ୍ତି । ମୋହନା ଥାନା ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି ।ସୂଚନା ଅନୁସାରେ ଗତ କିଛି ବର୍ଷ ହେଲା ଦାସ ମଳିକ ଚେରମୂଳି ବୈଦ୍ୟ ବୃତ୍ତି କରୁଥିଲେ । ଗୁଣି ସନ୍ଦେହ କରି ବେଣିପଦରର କିଛି ଲୋକ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଏନେଇ ଗତ ବର୍ଷ ମୋହନା ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଉଭୟ ପକ୍ଷକୁ ଡାକି ବୁଝାସୁଝା କରିଥିଲା ।ମଙ୍ଗଳବାର ସନ୍ଧ୍ୟାରେ ବେଣିପଦରର ସାନୁଜ ଓ ସୁରଜ, ଦାସ ମଳିକଙ୍କୁ ଖୋଜିଥିଲେ । ସେ ମକା ବାଡ଼ିରେ କାମ କରୁଥିବା ନେଇ ବଡ଼ପୁଅ କହିଥିଲେ । ତାପରେ ୨ ଜଣ ମିଶି ଧାରୁଆ ଅସ୍ତ୍ରରେ ଦାସ ମଳିକଙ୍କୁ ହତ୍ୟା କରି ମୁଣ୍ଡ କାଟି ନେଇ ଫେରାର ହୋଇ ଯାଇଥିବା ତାଙ୍କ ପୁଅ କହିଛନ୍ତି । ')}

Leave a Reply