ଜନ୍ମମାଟିରେ ସହିଦ ଯବାନ ନୀଳାଚଳ ପଟେଲଙ୍କ ପାର୍ଥିବ ଶରୀର

ବରଗଡ଼: ବରଗଡ଼ରେ ପହଞ୍ଚିଲା ସହିଦ ଯବାନ ନୀଳାଚଳ ପଟେଲଙ୍କ ପାର୍ଥିବ ଶରୀର । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି ପାର୍ଥିବ ଶରୀର । ଗତ ଶୁକ୍ରବାର ଦିନ ରାତ୍ରୀକାଳୀନ ପାଟ୍ରୋଲିଂ ବେଳେ ଦୁର୍ଘଟଣାରେ ନୀଳାଚଳ ପଟେଲଙ୍କ ବିୟୋଗ ହୋଇଥିଲା । ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ବାଘପାଲି ଗାଁର ନୀଳାଚଳଙ୍କ ଘର । ଆଜି ମଧ୍ୟାହ୍ନରେ ଜନ୍ମ ମାଟି ବାଘପାଲି ସ୍ଥିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଖେଳ ପଡିଆରେ ହେବ ଶେଷକୃତ୍ୟ । ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସହିଦ ଯବାନ ନିଳାଚଳଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।