ସିଂଘୁ ବର୍ଡର: ଚାଷୀ ଆନ୍ଦୋଳନ ସ୍ଥଳରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

1 min read

ନୂଆଦିଲ୍ଲୀ: ସିଂଘୁ ବର୍ଡର ସ୍ଥିତ ଚାଷୀ ଆନ୍ଦୋଳନ ସ୍ଥଳରେ ଶୁକ୍ରବାର ଦିନ ଜଣେ ଯୁବକଙ୍କ ଶବ ମିଳିଛି । ଚାଷୀ ଆନ୍ଦୋଳନ ମଞ୍ଚ ନିକଟରେ ଯେଉଁଭଳି ଭାବେ ଯୁବକଙ୍କ ମୃତଦେହ ମିଳିଛି ତାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । କେହି ଦୁର୍ବୃତ୍ତ ଯୁବକଙ୍କୁ ହତ୍ୟା କରିବା ପରେ ତାଙ୍କ ହାତ କାଟି ସିଂଘୁ ବର୍ଡର ପାର୍ଶ୍ବ ବ୍ୟାରିକେଡରେ ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

ସମ୍ପୃକ୍ତ ଯୁବକଙ୍କ ହତ୍ୟା ପଛରେ ନହଙ୍ଗ ଶିଖ୍ ଥିବା ଦାବି କରିଛନ୍ତି ସଂଯୁକ୍ତ କୃଷକ ମୋର୍ଚ୍ଚା । ମୃତ ଯୁବକଙ୍କ ପରିଚୟ ମିଳିଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରିଛି । ଏଥିସହିତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ଜଣାପଡିଛି।

https://youtu.be/joOVxyLWG-w

ଏହା ବ୍ୟତୀତ ଯାଞ୍ଚରେ ପୋଲିସକୁ ସମ୍ପୂର୍ଣ୍ଣ ସହଯୋଗ କରିବୁ ବୋଲି କହିଛି ସଂଯୁକ୍ତ କୃଷକ ମୋର୍ଚ୍ଚା । ଅପରପକ୍ଷେ ଆଜି ସକାଳେ ଏକ ଜରୁରୀକାଳୀନ ବୈଠକ ମଧ୍ୟ ମୋର୍ଚ୍ଚା ପକ୍ଷରୁ ଡକାଯାଇଛି । ଯେଉଁଠି ଏହି ଘଟଣା ଉପରେ ଆଲୋଚନା ହେବାକୁ ଥିବା ବେଳେ ବୈଠକରେ ସଂଯୁକ୍ତ କୃଷକ ମୋର୍ଚ୍ଚାj କୋର୍ଡିନେସନ୍ କମିଟି ସାମିଲ ରହିବ ।

Leave a Reply