ରହମ୍ବା ନିକଟରୁ ଠାବ କଲା ଉଦ୍ଧାରକାରୀ ଦଳ

1 min read

ଦୀର୍ଘ ୭ ଦିନ ପରେ ମିଳିଲା ନିଖୋଜ ଦେବବ୍ରତଙ୍କ ପତ୍ତା । ସେ ଆଉ ଜୀବିତ ନାହାନ୍ତି । ଗୋବିନ୍ଦପୁର ଥାନା ଦେବୀ ନଦୀର ରହମ୍ବା ନିକଟରୁ ଦେବବ୍ରତଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ। ତାଙ୍କ ମୃତଦେହର ପୋଷାକରୁ ଗାଡ଼ି ରେଜିଷ୍ଟ୍ରେସନ କାର୍ଡ ମିଳିବାପରେ ମୃତଦେହର ପରିଚୟ ପ୍ରମାଣ ମିଳିଥିଲା ।

କାଠଯୋଡି ବ୍ରିଜ୍ ଉପରୁ ଗତ ୯ ତାରିଖରେ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ନିଆଳୀର ଦେବବ୍ରତ ମହାପାତ୍ର । ଓଡ୍ରାଫ, ଅଗ୍ନିଶମ ଟିମ୍ ଏବଂ ସ୍କୁବା ଡାଇଭର ପାଣି ଭିତରେ ବୁଡି ଖୋଜାଖୋଜି ଜାରି ରଖିଥିଲେ ସୁଦ୍ଧା ନିଖୋଜ ଦେବଦତଙ୍କ କୌଣସି ପତ୍ତା ମିଳିନଥିଲା । ୪ଟି ୱାଟର ବୋଟରେ ୪୦ରୁ ଅଧିକ ଉଦ୍ଧାରକାରୀ ଆଉ ତାସହ ଅଭିଜ୍ଞ ସ୍ୱୁବା ଡାଇଭର ପାଣି ଭିତରେ ପଶି ଅନବରତ ପ୍ରୟାସ କରିଥିଲେ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିପାରିନଥିଲା ।

ଗତ ବୁଧବାର ସ୍ତ୍ରୀ ଓ ପୁଅକୁ ପୋଲ ଉପରେ ଛାଡି ସେମାନଙ୍କ ସାମନାରେ ନଦୀ ଭିତରକୁ ଡେଇଁପଡିଥିଲେ ଦେବବ୍ରତ । ଦେବବ୍ରତଙ୍କ ଘର ନିଆଳୀ ଅଞ୍ଚଳର କରଞ୍ଜ ଗ୍ରାମରେ ହୋଇଥିବାବେଳେ ସେ ପୁଅ ଓ ସ୍ତ୍ରୀଙ୍କୁ ସାଙ୍ଗରେ ନେଇ କଟକ ଆସୁଥିଲେ । କୌଣସି ପାରିବାରିକ କଳହ ଯୋଗୁଁ ସେ କାଠଯୋଡି ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଉଥିଲା  । ତେବେ ଦେବବ୍ରତଙ୍କ ପରିବାର ଏଥିପାଇଁ ସ୍ତ୍ରୀ ଓ ଶ୍ୱଶୁର ଘର ଲୋକଙ୍କୁ ଦାୟୀ କରିଛନ୍ତି  । ')}

Leave a Reply