ଶୂନଶାନ୍ ଜଙ୍ଗଲରେ ବିଭତ୍ସ ହତ୍ୟା: ମାଆକୁ ମାରିଦେଲେ, ଛୁଆକୁ ରକ୍ତାକ୍ତ କଲେ

କେନ୍ଦ୍ରାପଡ଼ା:  ଫିଲ୍ମ ଷ୍ଟାଇଲରେ ବୀଭତ୍ସ ହତ୍ୟାକାଣ୍ଡ । ଶୂନଶାନ୍ ରାସ୍ତାକଡ଼ ଜଙ୍ଗଲରେ ମହିଳାଙ୍କ ବେକକାଟି ମାରିଦେଲେ ଦୁର୍ବୃତ୍ତ । କିଛିଦୂରରେ ଗୁରୁତର ଅବସ୍ଥାରେ ପଡିଥିବା ମହିଳାଙ୍କ ଶିଶୁଟିକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ ଘଟିଛି ଏଭଳି ଲୋମଟାଙ୍କୁରା ଘଟଣା । ଜମ୍ବୁ ପଞ୍ଚାୟତର କଣ୍ଡରାପାଟିଆ ଗାଁ ନିକଟ ରାସ୍ତାକଡ ଜଙ୍ଗଲରେ ଜଣେ ମହିଳାଙ୍କ ରକ୍ତାକ୍ତ ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ପୋଲିସ ପହଞ୍ଚିବା ପୂବର୍ରୁ ମୃତଦେହର କିଛି ଦୂରରେ ଏକ ଶିଶୁ କ୍ଷତାକ୍ତ ଅବସ୍ଥାରେ ପଡିଥିବା ଦେଖି ଉଦ୍ଧାର କରିଥିଲେ ଲୋକ । ପିଲାଟିକୁ ସଙ୍ଗେସଙ୍ଗେ ବାବର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ହେଲେ ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଓ ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରି ଓ ମଦ ବୋତଲ ଜବତ କରି ତଦନ୍ତ ଚଳାଇଛି । ଘଟଣାର ତଦନ୍ତ ପାଇଁ କେନ୍ଦ୍ରାପଡା ଏସପି ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଛନ୍ତି । ଜମ୍ବୁ ପ୍ରବେଶ ପଥଗୁଡ଼ିକରେ ଲାଗିଥିବା ସିସିଟିଭି ଫୁଟେଜଗୁଡିକୁ ନେଇ ତଦନ୍ତ ଚାଲିଛି । ମହିଳା ଜଣଙ୍କ ନିଜ ଶିଶୁକୁ ନେଇ ଏକ ବାଇକରେ ଦୁଇଜଣ ପୁରୁଷଙ୍କ ସହ ଆସିଥିବା ବେଣାକଣ୍ଡା ଗାଁର ଜଣଙ୍କ ଘରେ ଲଗିଥିବା ସିସିଟିଭରେ କଏଦ ହୋଇଛି । ପଛରେ ଆଉ ଦୁଇ ଜଣ ମଧ୍ୟ ବାଇକରେ ଘଟଣାସ୍ଥଳ ଆଡକୁ ଯାଇଥିବା ଭିଜୁଆଲରୁ ଜଣା ପଡିଛି ।

Leave a Reply