ଶିଶୁ ବଳି ନା ଅବାଞ୍ଛିତ ଗର୍ଭ ?

କଟକ: ରିଂ ରୋଡରେ ଚାଞ୍ଚଲ୍ୟ । ରାସ୍ତା ଉପରକୁ କେମିତି, କେଉଁଠୁ ଆସିଲା କଟାମୁଣ୍ଡ ? ସିଡିଏ ୧୦ ନମ୍ବର ଅଞ୍ଚଳରେ ସନ୍ଧ୍ୟାରେ କିଏ କଲା, କାହାକୁ ହତ୍ୟା ? ରାସ୍ତା ଉପରେ ଛୁଆର କଟାମୁଣ୍ଡକୁ ନେଇ ସିଲଭର ସିଟିରେ ଆତଙ୍କ ଖେଳିଯାଇଛି । ଅବାଞ୍ଛିତ ଗର୍ଭ ନା ଶିଶୁ ବଳି ?ରିଂ ରୋଡର ରାସ୍ତା ଉପରେ ରକ୍ତାକ୍ତ ମୁଣ୍ଡକୁ ନେଇ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । କେହି କେହି କହୁଛନ୍ତି, କାଠଯୋଡ଼ି ନଦୀ ପଠାରୁ କୁକୁର ଶିଶୁର ମୃତଦେହରୁ ମୁଣ୍ଡକୁ ଟାଣି ଆଣି ରାସ୍ତା ଉପରେ ପକାଇଛି । ତ ଆଉ କାହା ମୁହଁରୁ ଶୁଣିବାକୁ ମିଳୁଛି ଗତ ୧୦ ତାରିଖ ଚନ୍ଦ୍ର ଗ୍ରହଣ ଦିନ କେହି ବଳି ଦେଇଛି ।
ତେବେ, ମୃତ ଶିଶୁର ପରିଚୟ କିମ୍ବା ଶରୀର ମିଳିନାହିଁ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।