ସିଘୁଂ ସୀମାରେ କୃଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

1 min read

ସୋନିପତ: ହରିୟାଣାର ସିଘୁଂ ବର୍ଡରରେ ଜାରିଥିବା ଚାଷୀ ଆନ୍ଦୋଳନ ମଧ୍ୟରେ ଆଉ ଜଣେ ଚାଷୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ସ୍ଥାନୀୟ ଏକ ନିମ ଗଛରେ ଝୁଲୁଥିବା ନଜର ଆସିଥିଲା । ସମ୍ପୃକ୍ତ ବ୍ୟକ୍ତି ଜଣକ ପଞ୍ଜାବର ଫତେଗଡ଼ ସାହିବ ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ଦୀର୍ଘ ଦିନ ଧରି କୃଷକ ଆନ୍ଦୋଳନରେ ସାମିଲ ଥିଲେ।

କୁଣ୍ଡଳି ଥାନା ପୋଲିସ ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଫତେଗଡ଼ ସାହିବ ଅଞ୍ଚଳର ୪୫ ବର୍ଷୀୟ ଗୁରୁପ୍ରିତ ସିଂହ ଅନେକ ଦିନ ଧରି ନିଜ ସାଙ୍ଗମାନଙ୍କ ସହ ସିଘୁଂ ବର୍ଡରର ଏକ ଟ୍ରଲିରେ ରହିଥିଲେ । ଦୀପାବଳି ଅବସରରେ ତାଙ୍କ ସାଙ୍ଗସାଥୀ ମାନେ ଘରକୁ ଫେରିଯାଇଥିବା ବେଳେ ସେ ଏକୁଟିଆ ରହୁଥିଲେ ।

12 opposition parties extend their support to Samyukta Kisan Morcha

ବୁଧବାର ସକାଳେ ହୁଡା ସେକ୍ଟରର ଅଂଶଲ ସୁଶାନ୍ତ ସିଟି ନିକଟ ନାଙ୍ଗଲ ରୋଡର ପାର୍କର ମଲ୍ ନିକଟ ଏକ ନିମ ଗଛରେ ଗୁରୁପ୍ରିତଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ ଆନ୍ଦୋଳନକାରୀ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି । ପୋଲିସ ଅନ୍ୟ କୃଷକଙ୍କୁ ପଚରାଉଚରା କରିବା ସହ ପରିବାର ବର୍ଗଙ୍କୁ ଏନେଇ ଅବଗତ କରାଇଛି । ତେବେ ଏହି ଘଟଣା ହତ୍ୟା ନା ଆତ୍ମହତ୍ୟା ସେନେଇ ପୋଲିସ ଛାନଭିନ୍ ଆରମ୍ଭ କରିଛି ।

Leave a Reply