ସିଘୁଂ ସୀମାରେ କୃଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
1 min readସୋନିପତ: ହରିୟାଣାର ସିଘୁଂ ବର୍ଡରରେ ଜାରିଥିବା ଚାଷୀ ଆନ୍ଦୋଳନ ମଧ୍ୟରେ ଆଉ ଜଣେ ଚାଷୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ସ୍ଥାନୀୟ ଏକ ନିମ ଗଛରେ ଝୁଲୁଥିବା ନଜର ଆସିଥିଲା । ସମ୍ପୃକ୍ତ ବ୍ୟକ୍ତି ଜଣକ ପଞ୍ଜାବର ଫତେଗଡ଼ ସାହିବ ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ଦୀର୍ଘ ଦିନ ଧରି କୃଷକ ଆନ୍ଦୋଳନରେ ସାମିଲ ଥିଲେ।
Haryana | 1 person died by suicide after hanging himself from a tree near Sushant City, Sonepat this morning. Reason of death not known, but we've been told that he was mentally disturbed. Dead body brought to Civil Hospital:Pradeep Kumar, Investigating officer,Kundali Police Stn pic.twitter.com/R2KAyz0KvP
— ANI (@ANI) November 10, 2021
କୁଣ୍ଡଳି ଥାନା ପୋଲିସ ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଫତେଗଡ଼ ସାହିବ ଅଞ୍ଚଳର ୪୫ ବର୍ଷୀୟ ଗୁରୁପ୍ରିତ ସିଂହ ଅନେକ ଦିନ ଧରି ନିଜ ସାଙ୍ଗମାନଙ୍କ ସହ ସିଘୁଂ ବର୍ଡରର ଏକ ଟ୍ରଲିରେ ରହିଥିଲେ । ଦୀପାବଳି ଅବସରରେ ତାଙ୍କ ସାଙ୍ଗସାଥୀ ମାନେ ଘରକୁ ଫେରିଯାଇଥିବା ବେଳେ ସେ ଏକୁଟିଆ ରହୁଥିଲେ ।
ବୁଧବାର ସକାଳେ ହୁଡା ସେକ୍ଟରର ଅଂଶଲ ସୁଶାନ୍ତ ସିଟି ନିକଟ ନାଙ୍ଗଲ ରୋଡର ପାର୍କର ମଲ୍ ନିକଟ ଏକ ନିମ ଗଛରେ ଗୁରୁପ୍ରିତଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ ଆନ୍ଦୋଳନକାରୀ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି । ପୋଲିସ ଅନ୍ୟ କୃଷକଙ୍କୁ ପଚରାଉଚରା କରିବା ସହ ପରିବାର ବର୍ଗଙ୍କୁ ଏନେଇ ଅବଗତ କରାଇଛି । ତେବେ ଏହି ଘଟଣା ହତ୍ୟା ନା ଆତ୍ମହତ୍ୟା ସେନେଇ ପୋଲିସ ଛାନଭିନ୍ ଆରମ୍ଭ କରିଛି ।