ଇସ୍ରାଏଲର ବଡ଼ ଧରଣର ଆକ୍ରମଣ; ଯବାନଙ୍କ ଆକ୍ରମଣରେ ୧୫ଶହ ହମାସ ଆତଙ୍କବାଦୀ ମୃତ

ନୂଆଦିଲ୍ଲୀ :  ଇସ୍ରାଏଲ ଆକ୍ରମଣରେ ୧୫ଶହ ଆତଙ୍କବାଦୀ ମୃତ । ଗାଜା ସୀମାନ୍ତ ଇସ୍ରାଏଲ ସୀମାରେ ପଡି ରହିଛି ହମାସ ଆତଙ୍କବାଦୀଙ୍କ ମୃତଦେହ । ଇସ୍ରାଏଲର ଦକ୍ଷଣାଞ୍ଚଳ ସହ ଗାଜାକୁ ଲାଗି ରହିଥିବା ସମସ୍ତ ଅଂଚଳକୁ ନିଜ ଅକ୍ତିଆରକୁ ଆଣିଛି ଇସ୍ରାଏଲ ସେନା । ଗତରାତିଠାରୁ ଇସ୍ରାଏଲ ଭିତରକୁ କେହି ହମାସ ଆତଙ୍କବାଦୀ ପ୍ରବେଶ କରିନଥିବା ଜଣାପଡିଛି ।

ଆଜି ସକାଳୁ ସୀମାରେ ଜୋରଦାର ହମଲା କରିଛି ଇସ୍ରାଏଲ । ସେପଟେ ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୧୬ଶହ ଜଣଙ୍କ ମୃତ୍ୟୁ ହୋଇଥିବା ପୂର୍ବରୁ କୁହାଯାଉଥିବାବେଳେ ଆହୁରି ୧୫ଶହ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ହମାସ ୧୫୦ରୁ ଅଧିକ ଇସ୍ରାଏଲୀ ସୈନ୍ୟ ଏବଂ ନାଗରିକଙ୍କୁ ପଣବନ୍ଦୀ କରି ରଖିଥିବା ଇସ୍ରାଏଲ କହିଛି । ଗାଜା ସୀମାରେ ଇସ୍ରାଏଲର ୩ ଲକ୍ଷରୁ ଅଧିକ ଯବାନ ଜଗି ରହିଛନ୍ତି । ଗାଜା ମଧ୍ୟକୁ ସ୍ଥଳପଥରେ ପ୍ରବେଶ କରି ଆକ୍ରମଣ କରିପାରନ୍ତି ଇସ୍ରାଏଲୀ ସୈନ୍ୟ । ୨୦୧୪ରେ ପୂର୍ବରୁ ଇସ୍ରାଏଲ ଗାଜା ମଧ୍ୟକୁ ପ୍ରବେଶ କରି ଗ୍ରାଉଣ୍ଡ ଆଟାକ୍ କରିଥିଲା ।