ରାକ୍ଷୀ ପୂର୍ଣ୍ଣିମାରେ ଓଲଟି ପଡ଼ିଲା ଡଙ୍ଗା, ୨୦ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଯମୁନା ନଦୀରେ ଅଘଟଣ । ଡଙ୍ଗା ବୁଡି ୨୦ ମୃତ, ୩୦ରୁ ଅଧିକ ନିଖୋଜ । ଡଙ୍ଗାରେ ୫୦ରୁ ଅଧିକ ଯାତ୍ରୀ ଥିଲେ । ୟୁପିର ଫତେପୁରରୁ ମାର୍କା ଯାଉଥିଲା ଡଙ୍ଗା । ରାକ୍ଷୀ ପୂର୍ଣ୍ଣିମା ଯୋଗୁଁ ସାଧାରଣ ଦିନଠୁ ଆଜି ପ୍ରବଳ ଭିଡ଼ ଜମିଥିଲା । ଯେଉଁଥିପାଇଁ ଡଙ୍ଗାରେ ଆବଶ୍ୟକ ଠାରୁ ଅଧିକ ଯାତ୍ରୀ ବସିଥିବା ଅନୁମାନ କରାଯାଉଛି  ।

ସେପଟେ ଏଭଳି ବଡ଼ ଦୁର୍ଘଟଣା ଖବର ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି  । ଯଥାଶୀଘ୍ର ପହଁଚିଥିଲେ ଉଦ୍ଧାରକାରୀ ଦଳ  ।   ନିଖୋଜଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି । ଡଙ୍ଗାରେ ଅଧିକ ଯାତ୍ରୀ ବସିଥିବାରୁ ମଝି ନଦୀରେ ଡଙ୍ଗାଟି ଓଲଟି ପଡିଥିବା ଉଦ୍ଧାରକାଳୀ ଦଳ ଅନୁମାନ କରିଛି । ସେପଟେ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।