ବ୍ରାହ୍ମଣୀ ନଦୀରେ ବୁଡ଼ିଲା ଡ଼ଙ୍ଗା, ୨ ନିଖୋଜ

ଆଳି: ବ୍ରାହ୍ମଣୀ ନଦୀରେ ବୁଡ଼ିଲା ଡ଼ଙ୍ଗା । ଆଳି ଏକମାଣିଆରୁ କେରଡ଼ା ଗଡ଼ ଯାଉଥିବା ବେଳେ ଡ଼ଙ୍ଗା ବୁଡ଼ିଯାଇଥିବା ସୂଚନା। ଏହି ଘଟଣାରେ ୨ଜଣ ନିଖୋଜ ହୋଇଯାଇଛନ୍ତି।

ସୂଚନା ଅନୁଯାୟୀ, କୂଳରୁ କିଛିବାଟ ଗଲାପରେ ଭାରସାମ୍ୟ ହରାଇ ଡ଼ଙ୍ଗା ଓଲଟିପଡ଼ିଥିଲା। ଫଳରେ ଯାତ୍ରୀଙ୍କୁ ଉଦ୍ଧାର କଲା ବେଳେ ନିଖୋଜ ହୋଇଛନ୍ତି ନାଉରୀ । ଜଣେ ନାବାଳକଙ୍କୁ ଉଦ୍ଧାର କରିବା ପରେ ଆଉ ଜଣଙ୍କୁ ଉଦ୍ଧାର କଲା ବେଳେ ଉଭୟ ନାଉରୀ ଓ ଯାତ୍ରୀ ନିଖୋଜ ଥିବା ସୂଚନା ମିଳିଛି।  ଡ଼ଙ୍ଗାରେ ୨୦ରୁ ଅଧିକ ଯାତ୍ରୀ ଥିବା ସୂଚନା ମିଳିଛି ।

https://youtu.be/I4Sa-BmBPmM