ଦୋଳ ମେଲଣ ସାରି ଫେରୁଥିବା ବେଳେ ବୁଡ଼ିଗଲା ଡଙ୍ଗା
1 min read
ସାଲେପୁର: ବିରୂପାରେ ଅଘଟଣ । ଦୋଳ ମେଲଣ ସାରି ଫେରୁଥିବା ବେଳେ ବୁଡ଼ିଗଲା ଡଙ୍ଗା । ବିରୂପା ନାଳିକୂଳ ଘାଟିରେ ଏ ଅଘଟଣ ଘଟିଛି । ଗୋବିନ୍ଦପୁର ଦୋଳ ମେଲଣ ସାରି ଫେରୁଥିବା ବେଳେ ଠାକୁରଙ୍କ ସହ ବୁଡ଼ି ଯାଇଛି ଡଙ୍ଗା । ଦୋଳ ବିମାନ ସହ ପ୍ରାୟ ୨୦ ଜଣ ଲୋକ ଡଙ୍ଗାରେ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି ।

ଡଙ୍ଗା ବୁଡ଼ି ଖବର ପାଇ ସ୍ଥାନୀୟ ଲୋକ ନାଳିକୂଳ ଘାଟରେ ପହଞ୍ଚିଥିଲେ । ଦୋଳ ବିମାନ ସହ ବୁଡ଼ି ଯାଇଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇଛି । ଏବେ ବି ଜଣେ ନିଖୋଜ ରହିଛନ୍ତି । ତାଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଲୋକ ଉଦ୍ୟମ କରୁଛନ୍ତି ।