ଉଚ୍ଚ ଢେଉରେ ଓଲଟିଲା ଡଙ୍ଗା: ବର୍ତ୍ତିଲେ ୫ ମତ୍ସ୍ୟଜୀବୀ

ବ୍ରହ୍ମପୁର: ଗଞ୍ଜାମରେ ବାତ୍ୟା ଅସାନି ପ୍ରଭାବରେ ସମୁଦ୍ର ଅଶାନ୍ତ । ଆର୍ଯ୍ୟପଲ୍ଲୀରେ ସମୁଦ୍ରର ଉଚ୍ଚ ଢ଼େଉରେ ଓଲଟିଲା ମତ୍ସ୍ୟଜୀବୀ ଡଙ୍ଗା । ଡଙ୍ଗାରେ ଥିବା ୫ରୁ ଅଧିକ ମତ୍ସ୍ୟଜୀବୀ ସମୁଦ୍ରରେ ଭାସି ଯାଉଥିବା ବେଳେ ସୁରକ୍ଷିତ କରାଯାଇଛି ଉଦ୍ଧାର । ସେହିପରି ଉଚ୍ଚ ଢ଼େଉରେ ୨ଟି ଡଙ୍ଗା ଭାସି ଯାଇଥିବା ବେଳେ, ଅନ୍ୟ ୩ଟି ଡଙ୍ଗା ଭାଙ୍ଗିଯାଇଛି । ଲକ୍ଷାଧିକ ଟଙ୍କାର ଜାଲ ମଧ୍ୟ ନଷ୍ଟ ହୋଇଯାଇଛି ।
ଏଥିସହିତ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କ ପରେ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବିରେ ଶ୍ରୀଲଙ୍କାରେ ତୀବ୍ର ଆନ୍ଦୋଳନ: ୫ଜଣଙ୍କ ମୃତ୍ୟୁ