କୁହୁଡ଼ି ପାଇଁ ମଝି ସମୁଦ୍ରରେ ଦୁଇଟି ଡ଼ଙ୍ଗା ମଧ୍ୟରେ ଦୁର୍ଘଟଣା, ୧୮ ମତ୍ସ୍ୟଜୀବୀ ଉଦ୍ଧାର

ଗଞ୍ଜାମ: ସମୁଦ୍ର ମଝିରେ ଡ଼ଙ୍ଗା ଡ଼ଙ୍ଗା ମଧ୍ୟରେ ଦୁର୍ଘଟଣା । କୁହୁଡ଼ି ଯୋଗୁଁ ଡ଼ଙ୍ଗା ସହ ଡ଼ଙ୍ଗା ମଝି ସମୁଦ୍ରରେ ପିଟି ହେଲା ।  ଗୋପାଳପୁର ସମୁଦ୍ରରେ ଘଟିଛି ଏଭଳି ଏକ ଅଘଟଣ । ସୁରକ୍ଷିତ ଭାବେ ସମସ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ସମୁଦ୍ର ମଝିକୁ ମାଛ ଧରିବାକୁ ଯାଇଥିଲେ କିଛି ମତ୍ସ୍ୟଜୀବୀ । ସମୁଦ୍ର ମଝିରେ ଘନ କୁହୁଡ଼ି ପାଇଁ ରାସ୍ତା ଦେଖା ଯାଇନଥିଲା । ଯାହାଫଳରେ ମାଛ ଧରିବାକୁ ଯିବା ବେଳେ ଉଚ୍ଚ ଲହଡ଼ି ଯୋଗୁଁ ଦୁଇ ଡଙ୍ଗା ମଧ୍ୟରେ ଦୁର୍ଘଟଣା ହୋଇଥିଲା ।

 

ଦୁର୍ଘଟଣା ଫଳରେ ଦୁଇ ଡ଼ଙ୍ଗା ଭାଙ୍ଗିଯିବା ସହ ଡ଼ଙ୍ଗାରେ ଥିବା ଲକ୍ଷାଧିକ ଟଙ୍କାର ଜାଲ ନଷ୍ଟ ହୋଇଛି । ସେପଟେ ଦୁଇଟି ଡ଼ଙ୍ଗାରୁ ସୁରକ୍ଷିତ ଭାବେ ୧୮ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି ।

Leave a Reply