ସାଧାରଣ ଲୋକଙ୍କୁ ସାଇକେଲ ବାଣ୍ଟିବ ବିଏମସି

1 min read

ଭୁବନେଶ୍ୱର: ସାଧାରଣ ଲୋକଙ୍କୁ ସାଇକେଲ ବାଣ୍ଟିବ ବିଏମସି । ଭୁବନେଶ୍ବରରେ ଥିବା ମୋ ସାଇକେଲକୁ ସାଧାରଣ ଲୋକ, ଛାତ୍ରଛାତ୍ରୀ, ଯୁବକ ଯୁବତୀଙ୍କୁ ବାଣ୍ଟିବ ବିଏମସି । ଏଥିପାଇଁ ଏକ SOP ପ୍ରସ୍ତୁତ ହେଉଛି । SOP ହିସାବରେ ଆବଶ୍ୟକୀୟ ଲୋକଙ୍କୁ ସାଇକେଲ ବଣ୍ଟାଯିବ । ଏହା ପୂର୍ବରୁ ବନ୍ଦ ହୋଇ ପଡ଼ିଥିବା ସାଇକେଲକୁ ସଜାଡୁଛି ବିଏମସି । ଏହାକୁ ମରାମତି କରାଯିବା ପରେ ସେଇକେଲକୁ ବଣ୍ଟାଯିବ ।

କୋଭିଡ ମହାମାରୀ ପାଇଁ ମୋ ସାଇକେଲ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ ହୋଇଥିବା ବେଳେ ଏହାକୁ ବାଣ୍ଟିବାକୁ ଯୋଜନା କରୁଛି ବିଏମସି । ସେହିପରି ଆବର୍ଜନାକୁ ନେଇ ସ୍ବତନ୍ତ୍ର ପ୍ଲାନ କରାଯାଉଛି । ସବୁ ଘରୁ ବାର କୋଡ ସିଷ୍ଟମରେ ଅଳିଆ ଉଠାଇବା ବ୍ୟବସ୍ଥା କରାଯାଉଛି । MCC ଏବଂ MRFର ସଂଖ୍ୟା ବୃଦ୍ଧି କରାଯିବ । ଦାରୁଠେଙ୍ଗ ସମସ୍ୟାକୁ ଦୂର କରାଯିବା ପାଇଁ ଆଲୋଚନା ଚାଲିଛି । ବାୟୋ ମାଇନିଂ କିଭଳି କରାଯିବ ସେ ନେଇ ମଧ୍ୟ ଯୋଜନା ହୋଇଛି ।