ପ୍ରତିଷ୍ଠା ହେବ ‘ମୋ ସେବା କେନ୍ଦ୍ର’, ଗୋଟିଏ ଛାତ ତଳେ ମିଳିବ ସବୁ ବିଭାଗର ସେବା

BMC To Establish Mo Seva Kendra In Smart City

ଭୁବନେଶ୍ୱର: ସ୍ମାର୍ଟସିଟିରେ ଅନ୍‌ଲାଇନ୍‌ ଓ ଡିଜିଟାଲ ସେବା ପରେ ଏବେ ସହଜରେ ଉପଲବ୍ଧ ହେବ ସମସ୍ତ ଜରୁରୀ ସେବା । ଗୋଟିଏ ଛାତ ତଳେ ହାତପାହାନ୍ତାରେ ବିଭିନ୍ନ ବିଭାଗର ସେବା ଯୋଗାଇ ଦେବ ସ୍ମାର୍ଟସିଟି । ପ୍ରଯୁକ୍ତି ବିଭାଗ ଓ ସ୍ମାର୍ଟସିଟିର ମିଳିତ ସହଯୋଗରେ ରାଜଧାନୀରେ ଖୁବଶୀଘ୍ର ଆରମ୍ଭ ମୋ ସେବା କେନ୍ଦ୍ର । କୋଲକାତାର ସହଜ ଇଣ୍ଟରନ୍ୟାସନାଲ ସଂସ୍ଥା ସହିତ ଏନେଇ ଚୁକ୍ତି ହୋଇଛି ।

BMC To Establish Mo Seva Kendra In Smart City

ସ୍ମାର୍ଟସିଟିରେ ସୁବିଧାରେ ମିଳିବ ବିଭିନ୍ନ ସେବା । ବିଏମସିରେ ପ୍ରତିଷ୍ଠା ହେବ ‘ମୋ ସେବା କେନ୍ଦ୍ର’ । ଗୋଟିଏ ସ୍ଥାନରେ ମିଳିବ ୧୫ରୁ ଅଧିକ ସେବା । ସହଜ ଇଣ୍ଟରନ୍ୟାସନାଲ୍ ସହିତ ହୋଇଛି ଚୁକ୍ତି । ସମୟ ନଷ୍ଟ ହେବ ନାହିଁ କି ଦୀର୍ଘ ସମୟ ଲମ୍ବା ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଜନ୍ମ ହେଉ କି ମୃତ୍ୟୁ ପ୍ରମାଣପତ୍ର । ବିଦ୍ୟୁତ୍‌ ଦେୟ ହେଉ କି ୱାଟର ଟ୍ୟାକ୍ସ, ଏପରିକି ହୋଲ୍ଡିଂ ଟ୍ୟାକ୍ସ ଭଳି ବହୁବିଧ ସେବା ପାଇଁ ପ୍ରତିଷ୍ଠା ହେବ ସହଜ ସେବା କେନ୍ଦ୍ର । ଏଥିପାଇଁ ରାଜ୍ୟ ସରକାରଙ୍କ ଆଇଟି ବିଭାଗ ଓ ସ୍ମାର୍ଟସିଟିର ମିଳିତ ସହଯୋଗରେ ଆରମ୍ଭ ହୋଇଛି ଉଦ୍ୟମ ।

BMC To Establish Mo Seva Kendra In Smart City

କୋଲକତାର ସହଜ ଇଣ୍ଟରନ୍ୟାସନାଲ ସହିତ ଚୁକ୍ତି କରାଯାଇଥିବା ବେଳେ ବାପୁଜୀନଗର, ସହିଦନଗର ଓ କଳିଙ୍ଗନଗର ଭଳି ୩ଟି ସ୍ଥାନରେ ରହିବ କେନ୍ଦ୍ର । ଶୀତତାପ ନିୟନ୍ତ୍ରିତ ହଲରେ ଏକାଧିକ କାଉଣ୍ଟର ସହିତ ବିଶ୍ରାମ ଓ ଶୌଚାଳୟ ଓ ଅନ୍ୟାନ୍ୟ ସୁବିଧା ସହିତ ଲୋକଙ୍କୁ ଦିଆଯିବ ସମସ୍ତ ସୁବିଧା । ଅନ୍‌ଲାଇନ୍‌ ଓ ଡିଜିଟାଲ ମାଧ୍ୟମରେ ବିଭିନ୍ନ ସେବା ଯୋଗାଇ ଦିଆଯାଉଥିଲେ ସୁଦ୍ଧା ସମସ୍ତେ ଅନଲାଇନରେ ସୁବିଧା ପାଇପାରୁ ନଥିଲେ ।

BMC To Establish Mo Seva Kendra In Smart City

କେଉଁଠି ନେଟୱର୍କ ସମସ୍ୟା ତ ଆଉ କେଉଁଠି ସଚେତନତାର ଅଭାବ ରହିଥିଲା । ସେବା ବାବଦ ଦେୟ ପୈଠ କରିବାକୁ ବରିଷ୍ଠ ନାଗରିକଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଥିଲା । ଏବେ ସ୍ମାର୍ଟସିଟିର ସହଜ ସେବା କେନ୍ଦ୍ରର ପ୍ରତିଷ୍ଠା ନିଷ୍ପତ୍ତିକୁ ସାଧାରଣରେ ସ୍ୱାଗତ କରାଯାଇଛି । ବାପୁଜୀନଗର ସ୍ଥିତ ସହଜ ସେବା କେନ୍ଦ୍ର ନିର୍ମାଣ ଶେଷ ହୋଇଥିବା ବେଳେ ଖୁବ୍‌ଶୀଘ୍ର ଲୋକାର୍ପିତ ହେବ ।