BMCର ନିଆରା ପ୍ରୟାସ, ଟ୍ରାଫିକ୍ ପୋଷ୍ଟରେ ଅସ୍ଥାୟୀ ଟେଣ୍ଟ

ଭୁବନେଶ୍ବର: ତତଲା କଡେଇରେ ଭାଜି ହେଉଛି ଓଡିଶା। ରାଜଧାନୀ ବି ତାତିରୁ ବାଦ ପଡିନି। ବାଇକ ଅରୋହିଙ୍କ ଲାଗି ବିଏମସିର ଚିନ୍ତା। ଟ୍ରାଫିକ ଛକରେ ବିଏମସି ଲଗାଇଲା ଗ୍ରୀନ ସେଡ। ବାଇକ ଅରୋହିଙ୍କୁ ମିଲିଲା ଛାଇ। ବ୍ୟସ୍ତ ବହୁଳ ଟ୍ରାଫିକ ଛକରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ହୋଇଛି ଅସ୍ଥାୟୀ ସେଡର ବ୍ୟବସ୍ଥା। ରାଜଧାନୀରେ ହେଉଥିଲା ଅଗ୍ନିବର୍ଷା। ଲଗାତର ୧୫ ଦିନ ଧରି ପାରଦ ଥିଲା ୪୦ ଡିଗ୍ରୀ ଉପରେ। ଘର ହେଉକି ରାଜରାସ୍ତା ରହି ହେଉନଥିଲା। ଖାସ କରି ଟ୍ରାଫିକ ପୋଷ୍ଟରେ ଖରାର ଯନ୍ତ୍ରଣା ବଳି ଯାଉଥିଲା। ଲୋକଙ୍କୁ ମୁଣ୍ଡ ଫଟା ଖରରୁ ମୁକ୍ତି ଦେବା ପାଇଁ ଟ୍ରାଫିକ ପୋଷ୍ଟରେ ସବୁଜ ପାଲ ଲଗାଇଛି ବିଏମସି। ବାଇକ ଆରୋହି ମାନକୁ ଗ୍ରୀଷ୍ମପ୍ରବାହରୁ ଆଶ୍ୱସ୍ତ ଦେବାକୁ ଭୁବନେଶ୍ୱରରେ ପ୍ରାଥମିକ ପଯ୍ୟାୟରେ ନାଲୋକ ଛକ ଭଳି ପ୍ରମୁଖ ୧୦ ଛକରେ ଏଭଳି ଲାଗିଛି। ଆଗାମୀ ଦିନରେ ଭୁବନେଶ୍ୱର ଟ୍ରାଫିକ ଫ୍ଲୋ ଦେଖି ଅନ୍ୟ ଛକରେ ଏଭଳି ଗ୍ରୀନ ସ୍ୟାଡ଼ ଲଗାଇବ ବୋଲି ବିଏମସି କହିଛି।।।କେବଳ ଟ୍ରାଫିକ ଛକରେ ଗ୍ରୀନ ସେଡ ନୁହଁ ସହରରେ ଏକାଧିକ ଜାଗାରେ ଜଳଛତ୍ର ଖୋଲିଛି ବିଏମସି। ଦିନ ୧୧ରୁ ୩ ଟା ପିକ ସମୟ ଥିବାରୁ ଅତି ଆବଶ୍ୟକ ନଥିଲେ ଲୋକ ମାନେ ବହାରୁକୁ ନ ଯିବାକୁ ବିଏମସି କମିଶନର ଅପିଲ କରିଛନ୍ତି। ସେପଟେ ବିଏମସି ଏ ପଦକ୍ଷେପକୁ ଲୋକେ ସ୍ୱାଗତ କରିଛନ୍ତି ଲୋକେ।