BMC ରିକେସନ କ୍ଲବ ପକ୍ଷରୁ ଆରମ୍ଭ ହେଲା ବାର୍ଷିକ କ୍ରୀଡା ଉତ୍ସବ

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବର ମହାନଗର ନିଗମ ରିକେସନ କ୍ଲବ ପକ୍ଷରୁ ଆରମ୍ଭ ହୋଇଛି ବାର୍ଷିକ କ୍ରୀଡା ଉତ୍ସବ । ଆଜି ବିଏମ୍‌ସି ମୁଖ୍ୟାଳୟରେ ଇନଡୋର ଗେମ୍‌ସକୁ  ସୁଲୋଚନା ଦାସ ଉଦଘାଟନ କରିଛନ୍ତି । ସରକାର କ୍ରୀଡାକୁ ପ୍ରୋତ୍ସାହିତ କରୁଥିବା ବେଳେ ବିଏମ୍‌ସି ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ତାର ବାର୍ଷିକ କ୍ରୀଡା ଉତ୍ସବ ଆରମ୍ଭ କରିଛି । ଏହି ଉତ୍ସବ ବିଭିନ୍ନ ପର୍ଯ୍ୟାୟରେ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଚେସ୍, କ୍ୟାରମ, କ୍ରିକେଟ, ବ୍ୟାଡମିଣ୍ଟନ ଆଦି ବିଭିନ୍ନ ବିଭାଗରେ ଏବଂ ବିଭିନ୍ନ ବର୍ଗରେ ଅନୁଷ୍ଠିତ ହେବ । ଏଥିରେ କର୍ପୋରେଟର, କର୍ମଚାରୀ, ଅଧିକାରୀ, ଉଭୟ ମହିଳା ଓ ପୁରୁଷ ବିଭାଗରେ ଅଂଶଗ୍ରହଣ କରିବେ । ଆସନ୍ତାକାଲି ମେୟର ଏକାଦଶ ଓ କମିଶନର ଏକାଦଶ ମଧ୍ୟରେ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେବ । ଅଗଷ୍ଟ ୩୧ ତାରିଖ ସ୍ବାୟତ ଶାସନ ଦିବସ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।  ଉଦଘାଟନ ଅଵସରେ ଡେପୁଟି ମେୟର, ବିଏମସି କମିଶନର ତଥା ରିକ୍ରେସ ଚୁସନ କ୍ଳବର ସଭାପତି ରାଜେଶ ପ୍ରଭାକର ପାଟିଲ, ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ , କର୍ପୋରେଟର, ରିକ୍ରେସନ କ୍ଲବର ସଂପାଦକ  ଏବଂ ବିଏମ୍‌ସିର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।